ଜମନକିରା ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି କାର୍ଯକ୍ରମ
ଜମନକିରା : ଜମନକିରା ପଞ୍ଚାୟତ ସମିତି ସଭାଗୃହ ଠାରେ ଆଜି ଗୁରୁବାର ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ସାମାଜିକ ସମୀକ୍ଷକ ଆରତତ୍ରାଣ ଶତପଥି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜମନକିରା ମହିମା ସାହୁ, ଅତିରିକ୍ତ କାର୍ଯକ୍ରମ ଅଧିକାରୀ ଜମନକିରା, ମନୋଜ କୁମାର ଭୋଇ, ବି.ପି.ସି. ଜମନକିରା ଓମ ପ୍ରକାଶ ସାହୁ , ବି.ଏସ.ଏ, ଜମନକିରା ସପନ ଭୋଇ ମଞ୍ଚାସୀନ ଥିବା ସହିତ କାର୍ଯକ୍ରମରେ ସମସ୍ତ ଗ୍ରାମ ରୋଜଗାର ସେବକ, ସମସ୍ତ ଏଡିଇଓ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଭାଗୀୟ ଅଧିକାରୀ , ସମସ୍ତ ମଇଳା ଭି.ଆର.ପି. ବ୍ଲକ ସାମାଜିକ ସମୀକ୍ଷକ, ଜବକାର୍ଡ ଧାରି ଏବଂ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ। ଜିଲ୍ଲା ସାମାଜିକ ସମୀକ୍ଷକ ଶତପଥୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିସହ ଜନ ଶୁଣାଣି ବିଷୟରେ ବିଶଦ ଭାବରେ ଆଲୋଚନା କରିବା ସହ ମନରେଗା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ଏବଂ ଜନ ଶୁଣାଣି କାର୍ଯକ୍ରମରେ ଆସିଥିବା ବିଭିନ୍ନ ଅଭିଯୋଗର ଗୋଟି ଗୋଟି କରି ପଠନ କରିଥିଲେ। ଅଭିଯୋଗ ଗୁଡିକର ଶୁଣାଣି କରିବା ସହିତ ଆଶୁ ସମାଧାନ କରଯାଇଥିଲା। କାର୍ଯକ୍ରମ ପ୍ରାରମ୍ଭରେ ଅତିରିକ୍ତ କାର୍ଯକ୍ରମ ଅଧିକାରୀ ଭୋଇ ସମସ୍ତଙ୍କୁ ସ୍ବାଗତ ଜଣାଇ କାର୍ଯକ୍ରମକୁ ଆରମ୍ଭ କରିଥିଲେ ଓ ମାନରେଗା ଯୋଜନାର ୨୦୨୫-୨୬ ଆର୍ଥିକ ବର୍ଷର ବାର୍ଷିକ ଅଗ୍ରଗତି ରିପୋର୍ଟ ପଠନ କରିଥିଲେ। ଏଥିସହ କାର୍ଯକ୍ରମକୁ ପରିଚାଳନା କରିଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯକ୍ରମର ଉଦେଶ୍ୟ ଓ ଉପାଦେୟତା ବିଷୟରେ ଆଲୋକପାତ କରିବା ସହ ମନରେଗା ଯୋଜନାର ସଫଳ ରୂପାଯନ ନିମନ୍ତେ ବିଶଦ ଆଲୋଚନା କରିଥିଲେ। କାର୍ଯକ୍ରମରେ ମନରେଗା ଯୋଜନାର ସମୁଦାୟ ମୋଟ ୬୬ ଗୋଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ ସେଥିମଧ୍ୟରୁ ଗ୍ରାମ ପଞ୍ଚାୟତର ୫୫ ଗୋଟି, ଜଙ୍ଗଲ ବିଭାଗର ୪ଟି, ମୃତିକା ସରକ୍ଷଣ ବିଭାଗର ୫ଟି ଓ ଓଟିଇଏଲପି ବିଭାଗର ୨ଟି ଅଭିଯୋଗର ଶୁଣାଣି ହୋଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଭିଯୋଗ ଗୁଡିକ ମଧ୍ୟ ଶୁଣାଣି ହୋଇଥିଲା। ଖିଲାପି ଅଧିକାରୀ ମାନଙ୍କ ଠାରୁ ଅର୍ଥ ଭରଣା କରିବା ପାଇଁ ନିସ୍ପତି ଓ ନିର୍ଦ୍ଦେଶ କରାଯାଇ ଥିଲା।ଶେଷରେ ଜମନକିରା ବିଏସଏ ସପନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।

