କଣ୍ଟାବାଞ୍ଜିର ବରିଷ୍ଠ ଖବରଦାତା ମୌଜ୍ ଆଧାର ଶର୍ମାଙ୍କ ବିୟୋଗରେ ଶୋକସଭା ।
ବଲାଙ୍ଗୀର,୧୨।୪: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ବରିଷ୍ଠ ଓ ବୈଜ୍ୟେଷ୍ଠ ଖବରଦାତା ମୌଜ ଆଧାର ଶର୍ମା (୮୦)ଙ୍କ ବିୟୋଗରେ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବହୁମୁଖୀ କଲ୍ୟାଣ ମଣ୍ଡପରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି । ଖବରଦାତା ଗୁରୁ ଦୟାଲ ହଂସଙ୍କ ଆବାହକତ୍ୟରେ ଏହି ଶୋକ ସଭା ହୋଇଛି । ସଭାରେ ବରିଷ୍ଠ ଆଇନଜୀବି ବିଷ୍ଣୁପ୍ରସାଦ ଶର୍ମା (ମୁଖ୍ୟ ବକ୍ତା) , ସ୍ୱର୍ଗତ ଶର୍ମାଙ୍କ ପୁତୁରା ଆଇନଜୀବୀ ବିଜୟ ଶର୍ମା, ଖବରଦାତା ପ୍ରବଜିତ୍ ସିଂ ସାଲୁଜା, ମୋହନ ସୋନି ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ଶର୍ମାଙ୍କ ତୈଳ ଚିତ୍ରରେ ଖବରଦାତା ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ପରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଭାରେ ଖବରଦାତା ଶିବଶଙ୍କର ବାଗ, କୁର୍ତ୍ତିକାର ବାଗ, ଜୀବନାନନ୍ଦ ମହାନ୍ତି, ଦୀପକ ଦାସ ଯାଦବ, କମଲଜିତ୍ ମାଖିଯା, ଅନ୍ତିମ ପାଣିଗ୍ରାହୀ, ସୁରଦାସ ବାଗ, ସୁବ୍ରତ ମହାକୁର, ସୁଶାନ୍ତ ବେହେରା, ବିନୋଦ ସିଂ, ବିଶିକେଶନ ମାଝୀ, ପୁଷ୍ପକେତୁ ବେହେରା, ଆଶିଷ ଖଇତାନ୍ ପ୍ରମୁଖ ସ୍ବର୍ଗତ ଶର୍ମାଙ୍କ ସ୍ମୃତି ଚାରଣ କରିଥିଲେ । ସଭାକୁ ଗୁରୁ ଦୟାଲ ହଂସ ପରିଚାଳନା କରିଥିବା ବେଳେ ରଶ୍ମିରଞ୍ଜନ ପୁଟେଲ୍ ଧନ୍ୟବାଦ୍ ଦେଇଥିଲେ ।

