Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜିରେ ବହୁମୂଖୀ କଲ୍ୟାଣ ମଣ୍ଡପ ଉଦଘାଟିତ ।

ବଲାଙ୍ଗୀର,୧୨।୪: ବଲାଙ୍ଗିର ଜିଲ୍ଲା କଣ୍ଡାବାଞ୍ଜି–ବିର୍ଣ୍ଣା ରୋଡ ଠାରେ ନବନିର୍ମିତ ବହୁମୂଖୀ କଲ୍ୟାଣ ମଣ୍ଡପ ଗତକାଲି ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ମୂଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଏହି ବହୁମୂଖି କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି । ନିର୍ମାଣକାରୀ ଏଜେନ୍ସି ଗ୍ରାମ୍ୟ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ଅଢେଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ଏହା ନିର୍ମାଣ କରାଯାଇଛି । ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥୀ ବିଧାୟକ ଶ୍ରୀ ବାଗ ବହୁମୂଖି କଲ୍ୟାଣ ମଣ୍ଡପ ସହରର ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏହା ପାଂଚ ଶହରୁ ଉର୍ଦ୍ଧ୍ବ ଲୋକ କଲ୍ୟାଣ ମଣ୍ଡପର ସଭାଗୃହରେ ସ୍ଥାନିତ ହୋଇପାରିବ ଏବଂ ସ୍ବତନ୍ତ୍ର ଭାବେ ବିବାହ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜନକଲ୍ୟାଣ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇପାରିବେ ବୋଲି ବିଧାୟକ କହିଥିଲେ । ଏହି ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ କାଉନସିଲର ନିଳକଣ୍ଠ ଶତପଥି, କାଉନସିଲର ବିକାଶ ତରିଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ନିର୍ମାଣକାରୀ ସଂସ୍ଥାର ବିଭାଗୀୟ ଅଧିକାରୀ ଏବଂ ଠିକାଦାର ସଂଜୟ କୁମାର ଲାଠ ଏବଂ ସହରର ଜନସାଧାରଣ ଉପସ୍ଥିତ ଥିଲେ । ଉଦଘାଟନୀ ସଭାକୁ ବିଧାୟକଙ୍କ ପ୍ରତିନିଧି ବେଦବ୍ୟାସ ନାଗ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ