Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏପ୍ରିଲ ୧୫ ଭୁବନେଶ୍ୱର ଚାଲ ; ଓଯେସି ମହାସମାବେଶରେ ଶତାଧିକ କର୍ମୀଙ୍କ ଯୋଗଦାନ କାର୍ଯ୍ୟକ୍ରମ ।

ବଲାଙ୍ଗୀର,୧୨।୪: ଆସନ୍ତା ଏପ୍ରିଲ ୧୫ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଓଡିଶା ଜନତା କଂଗ୍ରେସ ପାର୍ଟିର ମହାସମାବେଶ ଓ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ନେଇ ଶୁକ୍ରବାର ଦିନ କଣ୍ଟାବାଞ୍ଜି ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଓ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ ତଥା ପ୍ରସ୍ତୁତି ବୈଠକ ବଲାଙ୍ଗିର ଜିଲ୍ଲା ସଂଯୋଜକ ରୁପେଶ ବେହେରା ଙ୍କ ସଭାପତିତ୍ବରେ ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀ ବେହେରା ଆସନ୍ତା ଏପ୍ରିଲ ୧୫ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଓଡିଶା ଜନତା କଂଗ୍ରେସ ପାର୍ଟିର ମହାସମାବେଶରେ ବଲାଙ୍ଗିର ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ସହର ଓ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଥିଲେ । ଓଡିଶା ଜନତା କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ମହମ୍ମଦ ମୋକିମ୍ ଙ୍କ ତତ୍ତ୍ଵାବଧାନରେ ଓଡ଼ିଶାର ନୂତନ ପରିବର୍ତ୍ତନ ପାଇଁ ଏହା ଏକ ପ୍ରୟାସ ବୋଲି ଶ୍ରୀ ବେହେରା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରେସ୍ ମିଡିଆ ପ୍ରତିନିଧିଙ୍କ ସହ ଅରୁଣ କୁମାର ତାଣ୍ଡି, ଗୁପ୍ତେଶ୍ୱର ବେହେରା, ତିଳ ଚିରାଙ୍ଗୁନ, ଅମର ଭରାସଗ୍ରିଆ, ହିମାଂଶୁ ପୁଟେଲ, ସରୋଜ ବାରିକ, ଶ୍ରୀକାନ୍ତ ସାହୁ, ମୁକେଶ ସାହୁ, ମିନିକେତନ୍ ନିଆଲ୍, କାହ୍ନା ବେହେରା,ତୁଲେଶ୍ୱର୍ ପୁଟେଲ୍ ପ୍ରମୁଖ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ