କଣ୍ଟାବାଞ୍ଜିରେ ଚାଲିଥିବା ୨ ଦିନିଆ ୭ ବ୍ଲକ୍ ଖୋ-ଖୋ ଜାତୀୟ ରେଫରୀ ପରୀକ୍ଷା ଉଦଯାପିତ ।
ବଲାଙ୍ଗୀର,୧୨।୪: ସ୍ଥାନୀୟ ଅଗ୍ରସେନ୍ ଭବନ ଠାରେ ଅନୁଷ୍ଠିତ ଦୁଇ ଦିନିଆ ୭ ବ୍ଲକ୍ ଖୋ-ଖୋ ଆସୋସିଏସନ ଇଣ୍ଡିଆ ଜାତୀୟ ରେଫରି ପରୀକ୍ଷା ୨୦୨୬ ରବିବାର ଦିନ ଉଦଯାପିତ ହୋଇଯାଇଛି। ଓଡ଼ିଶା ୭ ବ୍ଲକ୍ ଖୋ-ଖୋ ଆସୋସିଏସନନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡ଼ା ପ୍ରଶିକ୍ଷକ ଅଂଶଗ୍ରହଣ କରିଥିଲେ। ୭ ବ୍ଲକ୍ ଖୋ-ଖୋ ପ୍ଲାନିଂ କମିଟି ଚେୟାରମେନ୍ ଚିନ୍ମୟ ଯୋଷୀଙ୍କ ସଭାପତିତ୍ବରେ ଉଦଯାପିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ ଖୋ-ଖୋର ଗୁରୁତ୍ୱ ଏବଂ ଏହି ପରୀକ୍ଷା ମାଧ୍ୟମରେ ରେଫରୀ ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରଦୀପ ନାରାୟଣ ଖଣ୍ଡେଲୱାଲ, ୭ ବ୍ଲକ୍ ଖୋ-ଖୋ ଜାତୀୟ ସମ୍ପାଦକ ସନ୍ତୋଷ ପାଳ, ରାଜ୍ୟ ସମ୍ପାଦକ ବିଜୟାନନ୍ଦ ମହାପାତ୍ର, ରାଜ୍ୟ ଯୁଗ୍ମ ସମ୍ପାଦକ ଟୁକୁ ମହାନ୍ତି, ବିଶିଷ୍ଟ କୋଚ୍ ପଦ୍ମଚରଣ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ l କ୍ରୀଡ଼ା ଶିକ୍ଷକ ବିନୋଦ ମହାପାତ୍ର ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ । ଏହି ଜାତୀୟ ସ୍ତରର ପରୀକ୍ଷାରେ ରାଜ୍ୟର ୨୨ ଜିଲ୍ଲାରୁ ୧୩୦ ଜଣ ପରୀକ୍ଷାର୍ଥୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକରେ ଏହି ରେଫରୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆୟୋଜକ ମଣ୍ଡଳୀ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ବାରିକ, ମନୋଜ ମହାପାତ୍ର, ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ଉପେନ୍ଦ୍ର ଚନ୍ଦନ, ରାଜେନ୍ଦ୍ର ଧରୁଆ, ଡୋଳେଶ୍ୱରୀ ସାହୁ, ନିକିତା ସେଠ, ଅର୍ଜୁନ ସାହୁ, ସରୋଜ ଦଳବେହେରା, ବିଶ୍ୱଜିତ୍ ପତିଆର, ସାରଦା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

