Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଯୁବା ଭାରତ ପକ୍ଷରୁ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ, ମଡେଲ ଯୁବ ଗ୍ରାମ ସଭା ଅନୁଷ୍ଠିତ

ଜମନକିରା : କେନ୍ଦ୍ର ସରକାରଙ୍କ ଯୁବ ବିଭାଗ ପରି ଚାଳିତ ସମ୍ବଲପୁରସ୍ଥିତ ଯୁବା ଭାରତ ପକ୍ଷରୁ ବାଉରିଗୋଡା ସ୍ଥିତ ରାଜୀବ ଭବନ ପରିସରରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇ ଯାଇଛି। ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ବାଗଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ସାହୁ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ସମିତି ସଭ୍ୟ ପରେସ ପଟେଲ, ଯୁବ ଭାରତର ଯୁବ ଅଧିକାରୀ ପ୍ରସନ୍ନ ମେହେର, ସମାଜସେବୀ ଇନ୍ଦ୍ରଜିତ୍ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବକ୍ତା ଗଣ ତାଙ୍କ ଉଦବୋଧନରେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ମାଧ୍ୟମରେ କିପରି ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ସ୍ୱରାଜ କୁ ସଫଳ କରୁଛି, ସେ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ। ସେମାନେ ଗ୍ରାମ ସଭାରେ ଯୁବ ସମାଜର ଅଧିକରୁ ଅଧିକ ଅଂଶ ଗ୍ରହଣ ପାଇଁ ଆହ୍ୱାନ ଦେଇଥିଲେ। ସଭା ପ୍ରାରମ୍ଭରେ ମହାତ୍ମା ଗାନ୍ଧୀ ଓ ସ୍ୱାମୀ ବିବେକାନନ୍ଦଙ୍କ ତୈଳ ଚିତ୍ରରେ ଅତିଥି ଗଣ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ ଏକଜିକ୍ୟୁଟିଭ୍ ସଦାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ସକ ସଭାକୁ ମଧ୍ୟ ସଂଯୋଜନା କରିଥିଲେ। ଏହାପରେ ଅବସରପ୍ରାପ୍ତ ଅଧ୍ୟକ୍ଷ ନାୟକଙ୍କ ପରିଚାଳନାରେ ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀଙ୍କୁ ନେଇ ମଡେଲ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଅଞ୍ଚଳର ଶତାଧିକ ଯିବା ଗୋଷ୍ଠୀ ଆଗ୍ରହର ସହ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ସାମାଜିକ କର୍ମୀ ସରୋଜ ମେହେର, ପରେସ ସରାଫ ଓ ଇଞ୍ଜିନିୟର ପ୍ରଜ୍ଞା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ସହଯୋଗ କରିଥିଲେ। ଶେଷରେ ସରୋଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ