Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗାଡି ପୋଡା ଜଳା ଘଟଣାରେ ତଦନ୍ତ ଆରମ୍ଭ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ସନିବାର ଦିନ ରାତି ସାତଟାରେ ହୋଇଥିବା ଗାଡି ପୋଡା ଜଳା ଘଟଣାର ତଦନ୍ତ ଆରମ୍ଭ କରିଚି ପୋଲିସ୍।ଏଇ ଘଟଣାରେ ସମ୍ପୃକ୍ତ ଥିବା କିଛି ସନ୍ଦିଗ୍ଧ ମାନଙ୍କୁ ଥାନାକୁ ଆଣୁ ପଚରା ଉଚରା ଜାରି ରଖି ଥିବା ବେଳେ ଘଟଣା ସମ୍ପର୍କରେ କିଛିବି କହିବାକୁ ପୋଲିସ ମନା କରିଛି।ଘଟଣାଟି ଏକ ସମ୍ବେଦନଶୀଳ ହୋଇଥିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଓ ଲକ୍ଷ୍ମୀପୁର ଏସଡିପିଓ ଅସ୍ଵିନୀ ନାୟକ ନାରାୟଣପାଟଣାରେ ପହଁଚି ଅଧିକ ତଦନ୍ତ ଜାରି ରଖିଛନ୍ତି।ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମ୍ପୁର୍ଣ ତଥ୍ୟ ଆମର ହସ୍ତଗତ ହୋଇପାରିନି।ପୋଡାଜଳା ସ୍ଥାନରେ କୌଣସି ପୋଷ୍ଟର୍ ବ୍ୟାନର୍ ନଥିବାରୁ କିଛି ବିରୋଧି ଗୋଷ୍ଟି ଏହି ଘଟଣା ଘଟାଇଥିବା ପୋଲିସ ଅନୁମାନ କରୁଛି।ନାରାୟଣପାଟଣା ବ୍ଲକ ଆଗରୁ ମାଓ ଅଧୁସିତ ରୁପେ ପରିଚିତ ଥିବା ବେଳେ ବର୍ତମାନ ସୁଧା ଏହି ଘଟଣାରେ ମାଓବାଦିଙ୍କ ଉପସ୍ଥିତିକୁ ନେଇ ଅନିଶ୍ଚିତତା ଦେଖା ଦେଇଛି।ପ୍ରକାସ ଥାଉକି ଉକ୍ତ ଅଞ୍ଚଳରୁ ଖଣି ଉତ୍ତଳନକୁ ନେଇ ପ୍ରଥମେ ବିରୋଧ ହୋଇଥିଲା।ଅଞ୍ଚଳବାସି ସେଠାରୁ ଖଣି ଉତ୍ତଳନ କରିବାକୁ ଦେବେ ନାହିଁ ବୋଲି କହିଥିଲେ।କିନ୍ତୁ ଖଣି ଅଞ୍ଚଳକୁ କିପରି ରାସ୍ତା ତିଆରି କରିବାରେ ବିରୋଧ କଲେ ନାହିଁ।