Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା CRCCଙ୍କୁ ଅଶ୍ଳୀଳ ମେସେଜ ଏବଂ ଯୌନ ନିର୍ଯାତନା: ଅଭିଯୁକ୍ତ DEO, BEO ଓ PET ଙ୍କୁ ଗିରଫ କଲା ବରଗଡ଼ ପୋଲିସ୍

ବରଗଡ଼,୩୦।୪: ବରଗଡ଼ ଟାଉନ ଥାନା ଅଞ୍ଚଳରେ ମହିଳା CRCCଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାରେ ବରଗଡ଼ ପୋଲିସ,ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ(ଡିଇଓ), ବରଗଡ ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର ସାହୁ( ବିଇଓ)ଙ୍କ ସହ ସତଲମା ସ୍କୁଲର ପିଇଟି ସାର ସମୀର ପାଣିଗ୍ରାହୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ସଂପୃକ୍ତ ୩। ଅଭିଯୁକ୍ତଙ୍କ ନାମରେ ମହିଳା ଶିକ୍ଷକ ବା CRCCଙ୍କୁ ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଘଟଣାର ତଦନ୍ତ ପରେ ୩ଜଣଙ୍କୁ ଗିରଫ କରିଛି ବରଗଡ ପୋଲିସ। ମହିଳାଙ୍କ ସୁରକ୍ଷା ଓ କର୍ମସ୍ଥଳରେ ଯୌନ ନିର୍ଯାତନା ଘଟଣାରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ