Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ

ଜମନକିରା : ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସଫେଇ ଅଭିଯାନରେ ଯୋଡି ହେଲା ଆଉ ଏକ ଏଜେନ୍ସି। ସଫେଇ କାମର ୬ ନମ୍ବର ଜୋନ ଅନ୍ତର୍ଗତ ୧୩, ୧୪, ୧୫, ୧୮ ଓ ୩୪ ନମ୍ବର ୱାର୍ଡର ସଫେଇ କାର୍ଯ୍ୟ କରିବାକୁ ସ୍ବର୍ଣ୍ଣ ଦେବୀ ଏଜେନ୍ସି ଏହି ଦାୟିତ୍ୱ ଦିଆଯାଇ ଶ୍ରମିକ ଦିବସ ଭଳି ଦିନରେ ଏହାର ଶୁଭାରମ୍ଭ କରାଯାଇଛି। ଏହାକୁ ସାଂସଦ ପ୍ରତିନିଧି ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଓ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ଆନୁଷ୍ଠାନିକ ଭାବେ ଏହାକୁ ଫିତା କାଟି ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଡା.ରାଜାରାମ ଷଡ଼ଙ୍ଗୀ, ଦେବେନ୍ଦ୍ର ମେହେର, ଆଡଭୋକେଟ ଅର୍ଜୁନ ପଟ୍ଟନାୟକ, ଏସଏମସି ଡେପୁଟି କମିଶନର ହରିଓମ ଭୋଇ ଓ ଭିକ୍ଟର ସୋରେଙ୍ଗ, ଏସଡବ୍ଲୁଏମ ମୋନିକା ମୋନାଲି ମାନସିଂ, ବିଜେପି ଜିଲ୍ଲା ଉପସଭାପତି ଅଶ୍ୱିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବର୍ଣ୍ଣ ଦେବୀ ଏଜେନ୍ସିର ସ୍ଥାନୀୟ ପରିଚାଳିକା ଲେନୁ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ୱଚ୍ଛତା ପାଇଁ ଶ୍ରମିକଙ୍କ ଶ୍ରମ ଜୀବନ ପାଇଁ ଅମୂଲ୍ୟ। ସେମାନଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ସୁସ୍ଥ ପରିବେଶ ଓ ନିର୍ମଳ ହୃଦୟ ପାଇଁ ଖୁବ ଗୁରୁତ୍ୱ ପୂର୍ଣ୍ଣ ଥିବାରୁ ଏଜେନ୍ସି ଏହି କାର୍ଯ୍ୟକୁ ଆନ୍ତରିକ ମନୋଭାବ ରଖି ସମ୍ପାଦନ କରିପାରିବ ବୋଲି ଅତିଥି ମାନେ କହିଥଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ