କୁଚିଣ୍ଡା ଗୌତମ ବୁଦ୍ଧଙ୍କ ଜୟନ୍ତୀ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଓକୁଚିଣ୍ଡା ସଦର ମହକୁମା ପଞ୍ଚମୁଖୀ ଛକ ସ୍ଥିତ ପରମ କରୁନିକ ଗୌତମ ବୁଦ୍ଧଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି। ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ପକ୍ଷରୁ ଏହାର ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପୂର୍ବ ବିଧାୟକ ବୃନ୍ଦାବନ ମାଝୀ, ଆବାହକ ସୁରୁମଣି ସୁନାନି, ଶ୍ରଦ୍ଧାକର ଜୟପୂରିଆ, ରତନ ମେହେର, ସୂରଜ ମହାନନ୍ଦ ପ୍ରମୁଖଙ୍କ ସମେତ ସମିତିର ସଭା ସଭ୍ୟା ଯୋଗଦେଇ ବୁଦ୍ଧଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବରୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପୁଷ୍ପ, ଫୁଲମାଳ ଦୀପ ପ୍ରଦାନ କରାଯାଇଥିଲା। ଶେଷରେ ବସନ୍ତ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ବୈଶାଖ ପୂର୍ଣ୍ଣିମାରେ ବୁଦ୍ଧଙ୍କ ଜନ୍ମ ଦିନ ବୁଦ୍ଧତ୍ୱ ପ୍ରାପ୍ତି ଦିନ ଓର୍ପରିନିର୍ବନ ଦିବସ ମଧ୍ୟ ଅଟେ।

