ବିଭିନ୍ନ ଦାବି ତଥା ଜିଏସଟି ପ୍ରତ୍ୟାହାର ନେଇ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବିରାଟ ସମାବେଶ ସହ ଦାବିପତ୍ର ପ୍ରଦାନ


ଜମନକିରା : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ଵାନ କ୍ରମେ ଆଜି ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ନେତୃତ୍ୱରେ କୁଚିଣ୍ଡା ଡିଭିଜନ ପକ୍ଷରୁ ବିରାଟ ସମାବେଶ ତଥା ଶୋଭାଯାତ୍ରା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପ-ଜିଲ୍ଲପାଳ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଭବନ ଠାରୁ ହଜାର ହଜାର କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ଶୋଭାଯାତ୍ରାରେ ବାହାରି ପ୍ରଥମେ କେନ୍ଦୁପତ୍ର ଡିଏଫଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପରେ କୁଚିଣ୍ଡା ସହର ମଧ୍ୟରେ ଶୋଭାଯାତ୍ରା ପରିକ୍ରମା କରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ କେନ୍ଦୁପତ୍ର ଉନ୍ନୟନ ବୋର୍ଡର ଉପଦେଷ୍ଟା ତଥା ସଂଘ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି, ସମାଜବାଦୀ ନେତା ସୁବାସ ଚନ୍ଦ୍ର ନାୟକ, ଅନ୍ୟତମ ସମ୍ପାଦକ ମହମ୍ମଦ ମୁର୍ତୁଜା, ପଦ୍ମାବତୀ କିଷାନ ପ୍ରମୁଖ ଦାବି ସପକ୍ଷରେ ଉଦବୋଧନ ଦେବା ସହ ଆଗାମୀ ୨୦ ପର୍ଯ୍ୟନ୍ତ ରାଜ୍ୟର ୨୫ ଟି ସ୍ଥାନରେ ବିରାଟ ଶ୍ରମିକ ସମାବେଶ ହେବ ବୋଲି ଘୋଷଣା କରିଥିଲେ। ବିଭିନ୍ନ ଦାବୀ ଉପସ୍ଥାପନା କରିବା ମଧ୍ୟରେ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକ ମାନେ ୨୦୧୪-୧୫ ମସିହାରେ ତଥା ପ୍ରୋତ୍ସାହନ ଏବଂ ସାମାଜିକ ନିରାପତ୍ତା ମୂଳକ ବିଭିନ୍ନ ସହାୟତା ୨୦୨୨ ମସିହା ପର୍ଯ୍ୟନ୍ତ ପାଇ ଆସୁଛନ୍ତି। କିନ୍ତୁ ଚଳିତ ବର୍ଷ ୨୦୨୨ ମସିହା କେନ୍ଦୁପତ୍ର ସଂସ୍ଥାର ଲାଭାଂଶ ବଣ୍ଟନ ବେଳେ ବୋନସ ଦେବାରେ ବ୍ୟତିକ୍ରମ କରାଯାଇ ବୋନସ ଦିଆ ଯାଇନାହିଁ। ଏହା ଫଳରେ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ ମାନେ ଅତିମାତ୍ରାରେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ଆର୍ଥିକ ସହାୟତା ନାମରେ ଦିଆ ଯାଇଥିବା ୧ ହଜାର ଟଙ୍କା ଏବଂ ୧୫ ଶହ ଟଙ୍କାକୁ ସରକାର ନିଜର ରାଜକୋଷରୁ ଦେଲେ ସଂଘ ତାକୁ ସ୍ଵାଗତ କରିବ କିନ୍ତୁ ବୋନସ ନଦେଇ କେନ୍ଦୁପତ୍ରର ଲାଭାଂଶରୁ ଆର୍ଥିକ ସହାୟତା ଦେବା ଯୋଗୁଁ ତୋଳାଳୀ ସମାଜ ଏବଂ ଅଧିକାଂଶ କର୍ମଚାରୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ସହିତ କନ୍ୟା ବିବାହ ପାଇଁ ୫୦ ହଜାର ଟଙ୍କା, ସାମାଜିକ ନିରାପତ୍ତା ସହାୟତା, ଦୀର୍ଘ ୫ ବର୍ଷ ହେଲା ସିଜିନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ବୃଦ୍ଧି କରା ନଯିବା ଯୋଗୁଁ ହଜାର ହଜାର କର୍ମଚାରୀ ଆର୍ଥିକ ସଙ୍କଟରେ ଗତି କରୁଛନ୍ତି। ଏଣୁ ଅତିଶିଘ୍ର ସର୍ବନିମ୍ନ ମଜୁରୀ ଘୋଷଣା ପାଇଁ ଦାବୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଛାତ୍ର ବୃତ୍ତି ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧାପନ୍ତରିଆ ଭାବରେ ଅଛି। କିନ୍ତୁ ଚୂଡାନ୍ତ ହୋଇ ପାରିନାହିଁ। ଏହାକୁ ଅତିଶୀଘ୍ର ଚୂଡାନ୍ତ କରିବା ପାଇଁ ମଧ୍ୟ ଦାବୀ ହୋଇଛି। ଥରେ ବୋନସ ଦେବା ବନ୍ଦ ହୋଇଗଲେ ଭବିଷ୍ୟତ ପାଇଁ ରହିବ ନାହିଁ। ଯାହାକି କେନ୍ଦୁପତ୍ର ଶ୍ରମିକର ହକ ଓ ଅଧିକାର ଅଟେ। ଏଣୁ ଏହି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଘୋଷଣା କରିଥିଲେ।
ଏଥିରେ ହଜାର ହଜାର ସଂଖ୍ୟାରେ ତୋଳାଳୀ, କର୍ମଚାରୀ ଓ ବନ୍ଧେଇ ଶ୍ରମିକ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଭିଜନ ସମ୍ପାଦକ କୀର୍ତ୍ତନ ସେନାପତି, ରଥି କିଷାନ, ଶ୍ରୀକର କଣ୍ଟା, ପୁଷ୍ପକେତୁ ଦେଓ, ଜଗନ୍ନାଥ ନାୟକ, ଦଇତାରୀ ନାୟକ, ଭିକାରୀ ନାୟକ, ମିଲନ ପଳେଇ, ମହେନ୍ଦ୍ର ବେହେରା, ବାପି ଶର୍ମା, ନିଖିଲ ବାବୁ, ସୌଦାମିନୀ ନାୟକ, ଭୁବନେଶ୍ୱର ଦିୱେଦୀ, ଲକ୍ଷ୍ମୀ ବିନ୍ଧାଣି, ପୁଷ୍ପଲତା ଭଇଂଶା, ସବିତା କିଶାନ, ବଲ୍ଲଭି ପଟେଲ ପ୍ରମୁଖ ଉପସ୍ଥିତ ରହି ସମାବେଶର ନେତୃତ୍ୱ ନେଇ ଥିଲେ।