Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ୭୬ ଟି ଅଭିଯୋଗ ପଞ୍ଜୀକୃତ

ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବାଲିରାମ ବୋନ୍ଦର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୋଟ ୭୬ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ଗୋଷ୍ଠିଗତ ଭାବେ ୩୫ ଟି ଅଭିଯୋଗ ଏବଂ ବ୍ୟକ୍ତିଗତ ଭାବେ ୪୧ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ଅନେକ ଅଭିଯୋଗ ଆଜି ଜିଲ୍ଲାପାଳ ବିଭିନ୍ନ ବିଭାଗ କୁ ସମାଧାନ ପାଇଁ ନିର୍ଦ୍ଦେଶ କରିଥିଲେ। ଏହି ଶିବିରକୁ ଭୋଜପୁର ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ବଡରମା ବୈଶ୍ନୋଦେବି ମହିଳା ସ୍ଵୟଂ ଗୋଷ୍ଠୀ, ଜମନକିରା ପାର୍ବତୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମା” ମାନେ ନିଜସ୍ୱ ଦ୍ଵାରା ପ୍ରସ୍ତୁତ କରିଥିବା ଖାଦ୍ୟ ସାମଗ୍ରୀ କୁ ପ୍ରଦର୍ଶିତ କରି ଅଧିକାରୀ ମାନଙ୍କୁ ଦେଖେଇବା ସହ ସାମଗ୍ରୀ ର ବିଭିନ୍ନ ଉପାଦେୟତା ଉପରେ ବୁଝାଇଥିଲେ। ଆଜିର ଶୁଣାଣିରେ ମୁଖ୍ୟତଃ ଭତ୍ତା, ଆବାସ, ବିଦ୍ୟୁତ, ଜଳସେଚନ, ଉନ୍ନୟନ, ଜମି ବାଡ଼ି, ରାସ୍ତା, ଶିକ୍ଷା, ସାପ୍ତାହିକ ବଜାର ରାସ୍ତା ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ଡାକ୍ତର ସମସ୍ୟା ଆଦି ଅଭିଯୋଗ ଆସିଥିଲା। ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ଉପ – ଜିଲ୍ଲାପାଳ ସରଭାରାନ ସି, ସିଡିଏମଓ ଅଲେଖ ମହାପାତ୍ର, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରଭିଣା ବିଲୁଙ୍ଗ, ଏସଡିପିଓ ପ୍ରଦୀପ କୁମାର ଦାଶ, ଆଇଆଇସି ନାଗଙ୍କ ସମେତ ବିଭିନ୍ନ ଲାଇନ୍ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବାହ୍ନ ସାଢେ଼ ୯ ଟାରେ ଶୁଣାଣି ଆରମ୍ଭ ହୋଇ ପୂର୍ବାହ୍ନ ୧୨ ଟାରେ ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ