Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାସନ ପକ୍ଷରୁ କୁଚିଣ୍ଡାରେ ବିଭିନ୍ନ ହୋଟେଲରେ ଚଢାଉ, ୨୦ ଟି ଘରୋଇ ସିଲିଣ୍ଡର ଜବତ, ସଂସ୍ଥାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପକ୍ଷଣ୍ଡ ପ୍ରଶାସନ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢାଉ କରି ୨୦ଗୋଟି ଘରୋଇ ସିଲିଣ୍ଡର ଜବତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଅନୁସାରେ, ଉପ-ଜିଲ୍ଲାପାଳ ସରଭାନାନ ସି କୁଚିଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜି କୁଚିଣ୍ଡା ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ଘରୋଇ ଏଲପିଜି ସିଲିଣ୍ଡରର ଅବୈଧ ବ୍ୟବହାର କରାଯାଉଥିବା ନେଇ ଜଣାପଡ଼ିଥିଲା।ଏହି ଚଢାଉ ଦଳର ନେତୃତ୍ଵ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସଞ୍ଜୟ ମିଶ୍ର କରିଥିବା ବେଳେ ସହକାରୀ କଲେକ୍ଟର ଲୋଚନ ସବର ଓ ଏସିଏସଓ କୁଚିଣ୍ଡା ରାଜ କିଶୋର ସ୍ଵାଇଁ ଉପସ୍ଥିତ ଥିଲେ। ଚଢାଉ ସମୟରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରୁ ମୋଟ ୨୦ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିଲା। ସାହୁ ହୋଟେଲରୁ ୨ଟି, ହୋଟେଲ ରୋୟାଲ ଗ୍ୟାଲେକ୍ସି ରୁ ୮ଟି, ହୋଟେଲ ତିଲକ ରୁ ୫ଟି ରସୋଇ ରେଷ୍ଟୁରାଣ୍ଟ ରୁ ୩ଟି, ଟାଉନ ହୋଟେଲ ରୁ ୨ଟି ଜବତ କରାଯାଇଥିବା ବେଳେ ସମସ୍ତ ସିଲିଣ୍ଡର ଘରୋଇ ବ୍ୟବହାର ଯୋଗ୍ୟ ଅଟେ। ସେଗୁଡିକୁ ବ୍ୟବସାୟିକ କାମରେ ବ୍ୟବହାର କରାଯାଉଥିବା ଯୋଗୁଁ ଜବତ କରାଯାଇଛି। ସମ୍ପୃକ୍ତ ସଂସ୍ଥାଗୁଡିକ ବିରୋଧରେ ଆବଶ୍ୟକ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଭଳି ଯାଞ୍ଚ ଓ ଚଢାଉ ଅଭିଯାନ ଜାରି ରହିବ ବୋଲି ପ୍ରେସ ଇସ୍ତାହାର ମାଧ୍ୟମରେ କୁଚିଣ୍ଡା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ ପଟେଲ ସୂଚନା ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ