Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗେଟ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କଲେ ଭିସୁଟ୍ ଛାତ୍ରୀ ଏକତା ପ୍ରିୟଦର୍ଶିନୀ

ସମ୍ବଲପୁର:ଚଳିତ ବର୍ଷର ପ୍ରତିଷ୍ଠିତ ଜାତୀୟ ସ୍ତରର ‘ଗେଟ୍’ (ପରୀକ୍ଷାରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର କେମିକାଲ ଇଞ୍ଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ ଏକତା ପ୍ରିୟଦର୍ଶିନୀ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି l ସେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ତଥା ନିଜ ବିଶ୍ୱବିଦ୍ୟାଳୟ କୁ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇଛନ୍ତି l
ଏହି ଖବର ପ୍ରସାରିତ ହେବା ପରେ ଭିସୁଟ୍‌ର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି l ସାଧାରଣତଃ ଆଜିର ଯୁବପିଢ଼ି କମ୍ପ୍ୟୁଟର ସାଇନ୍ସ ଆଡ଼କୁ ଅଧିକ ଆକର୍ଷିତ ହେଉଥିବା ବେଳେ, ଏକତା କୋର୍ ଇଞ୍ଜିନିୟରିଂ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି l ନିଜର ଏହି ସଫଳତାର ଶ୍ରେୟ ସେ ନିଜର ମାତାପିତା, ଗୁରୁଜନ ଏବଂ କଠିନ ପରିଶ୍ରମକୁ ଦେଇଛନ୍ତି l
ଏକତା ଙ୍କର ଏହି ବିଶେଷ ସଫଳତା ପାଇଁ ଭିସୁଟ୍ କର୍ତ୍ତୃପକ୍ଷଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l ଆଗାମୀ ଦିନରେ ଦେଶର କୌଣସି ପ୍ରତିଷ୍ଠିତ ସାଧାରଣ ଉଦ୍ୟୋଗ ରେ ଯୋଗଦେଇ ଦେଶ ଗଠନରେ ନିଜର ଯୋଗଦାନ ଦେବାକୁ ତାଙ୍କର ଲକ୍ଷ୍ୟ ବୋଲି କୁହନ୍ତି ଏକତା ପ୍ରିୟଦର୍ଶିନୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories