Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ମେରା ଯୁବା ଭାରତର ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ (ପିଡ଼ିଏସ) ଅନୁଭୂତିମୂଳକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର,: ମେରା ଯୁବା ଭାରତ , ସମ୍ବଲପୁର ତରଫରୁ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ବିଭାଗ, ସମ୍ବଲପୁର ସହଯୋଗରେ ୨୮ ମେ ଠାରୁ ୨ ଜୁନ ୨୦୨୬ ପର୍ଯ୍ୟନ୍ତ “ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ (ପିଡ଼ିଏସ) ଉପରେ ଅନୁଭୂତିମୂଳକ ଶିକ୍ଷା କାର୍ଯ୍ୟକ୍ରମ” ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା ମୁଖ୍ୟ ସିଏସଓ କାର୍ଯ୍ୟାଳୟରେ ଓରିଏଣ୍ଟେସନ୍ ସେସନ୍ ଆୟୋଜିତ ହୋଇଥିଲା। ଏହା ପରେ ଅଂଶଗ୍ରହଣକାରୀ ଯୁବ ସ୍ୱେଚ୍ଛାସେବୀମାନେ ବ୍ରଜପାଲି ମାର୍କେଟ ଯାର୍ଡ, ରେମେଡ୍ ଲ୍ୟାମ୍ପସ୍ ଏବଂ ପାକ୍ସ, ଏମ/ଏସ୍ ସମଲେଶ୍ୱରୀ ରାଇସ୍ ମିଲ୍, ଓଏସଡବ୍ଲ୍ୟୁସି ଗୋଦାମ, ମାନେଶ୍ୱର ବିତରଣ କେନ୍ଦ୍ର ଆଦି ସ୍ଥାନ ପରିଦର୍ଶନ କରି ଖାଦ୍ୟଶସ୍ୟ କ୍ରୟ, ସଂରକ୍ଷଣ, ପ୍ରକ୍ରିୟାକରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ ପ୍ରକ୍ରିୟା ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିଥିଲେ।
ଏହି କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ସିଏସଓ-କମ୍-ଡିଏମ୍ ଶ୍ରୀ ସୁବୋଧ ହୋତା ଏବଂ ଏସିଏସଓ ଶ୍ରୀ ବିଶ୍ୱରଞ୍ଜନ ସାହୁ ସ୍ୱେଚ୍ଛାସେବୀମାନଙ୍କୁ ପିଡିଏସ୍ ବ୍ୟବସ୍ଥାର କାର୍ଯ୍ୟପ୍ରଣାଳୀ, ସ୍ୱଚ୍ଛତା ଏବଂ ଖାଦ୍ୟ ସୁରକ୍ଷା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।
ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେରଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ମସୁଦ ଆଲମ, ଅବିନାଶ ବେହେରା, ଗୌତମ ଭୂଇଁଆଁ, ଏମଡି ସାହିଲ ରଜା ଓ ସ୍ୱପ୍ନାଶୁ ସାଗର ନାଥ ଏହି ଶିକ୍ଷାମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଯୁବମାନଙ୍କ ମଧ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ସଚେତନତା ଏବଂ ପ୍ରଶାସନିକ କାର୍ଯ୍ୟପ୍ରଣାଳୀ ପ୍ରତି ଜ୍ଞାନ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ମେରା ଯୁବା ଭାରତ ଓ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗର ଏହି ସଂଯୁକ୍ତ ପଦକ୍ଷେପକୁ ସ୍ଥାନୀୟ ମହଳରେ ପ୍ରଶଂସା କରାଯାଇଛି। ଏହା ଯୁବମାନଙ୍କୁ ଶାସନ ବ୍ୟବସ୍ଥା ଏବଂ ସମୁଦାୟ ସେବା ସହ ଅଧିକ ନିକଟତର କରିବାରେ ସହାୟକ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ