Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଆକ୍ରମଣରେ ଜଣେ ମୃତ:ସୁରକ୍ଷା ବ୍ୟବସ୍ଥା ଦାବିରେ ଗ୍ରାମବାସୀଙ୍କ ପ୍ରତିବାଦ

ସମ୍ବଲପୁର: ଯୁଯୁମୁରା ବ୍ଲକର କୁମେର ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଲବ ଭୋଇ (୩୮)ଙ୍କ ମୃତ୍ୟୁ ଘଟିଛି। ସେ ସକାଳ ପ୍ରାୟ ୫.୩୦ଟାରେ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଖବର ପାଇ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ହାତୀ ଉପଦ୍ରବ ରୋକିବା ପାଇଁ ଗାଁ ଚାରିପାଖରେ ସୋଲାର ଫେନ୍ସିଂ ଓ ସୋଲାର ଲାଇଟ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହା ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିଲେ ଶବ ଉଠାଇବାକୁ ଦେବେ ନାହିଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଡିଏଫଓ ଘଟଣାସ୍ଥଳକୁ ଆସି ଲିଖିତ ଆଶ୍ୱାସନ ଦେବାକୁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ