ବିଶ୍ୱ ସାଇକେଲ ଦିବସ : ସମ୍ବଲପୁରରେ ଭବ୍ୟ ସାଇକ୍ଲୋଥନ୍ ର ଆୟୋଜନ
ସମ୍ବଲପୁର:ବିଶ୍ୱ ସାଇକେଲ ଦିବସ ଅବସରରେ ମୋର ଯୁବ ଭାରତ , ସମ୍ବଲପୁର ଓ ଲୋକ ସେବା ସଂଗଠନ ମିଳିତ ଆନୁକୂଲ୍ୟରେ ମହାନଦୀ ରିଭରଫ୍ରଣ୍ଟ, ସମଲେଶ୍ୱରୀ ମନ୍ଦିର ନିକଟରେ ଏକ ବିଶାଳ ମାସ ସାଇକ୍ଲୋଥନ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶତାଧିକ ଅଧିକ ଯୁବକ ଓ ଯୁବତୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ l
କାର୍ଯ୍ୟକ୍ରମକୁ ସମ୍ବଲପୁର ର ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସଞ୍ଜୁକ୍ତା କୁଲ୍ଲୁ ଓ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଧୀର ବୋହିଦାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l
ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ନେତୃତ୍ୱରେ ଏବଂ ପ୍ରିୟାଶ କୁମାର ସରାଫଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳିତ ହୋଇଥିଲା l
ଏହି ଅବସରରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ଫିଟ୍ ଇଣ୍ଡିଆ ର ଶପଥ ଗ୍ରହଣ କରି ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ସାଇକେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ସଂକଳ୍ପ ନେଇଥିଲେ l
ଏହି ଅବସରରେ ଉପସ୍ଥିତ ଅତିଥି ମାନେ ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ସୁସ୍ଥତା ବୃଦ୍ଧି ପାଇବା ସହ ପରିବେଶ ପ୍ରଦୂଷଣ ହ୍ରାସ ପାଏ ଏବଂ ଏକ ସବୁଜ ଓ ସୁସ୍ଥ ସମାଜ ଗଠନରେ ସହାୟକ ହୁଏ ବୋଲି କହିଥିଲେ l

