Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ପୁଲିସ କ୍ୱାର୍ଟର୍ସରେ ଅଘଟଣ; ପେଟ୍ରୋଲ୍ ଢାଳି ନିଜକୁ ଜାଳିଦେଲେ କନେଷ୍ଟବଳ

ବ୍ରହ୍ମପୁର ବିଜିପୁର ଅଞ୍ଚଳସ୍ଥିତ ପୁଲିସ କ୍ୱାର୍ଟର୍ସରେ ଜଣେ କନେଷ୍ଟବଳ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଆହତ ହୋଇଛନ୍ତି। ଆହତ କନେଷ୍ଟବଳ ହେଲେ ଆଶୁତୋଷ ମଲ୍ଲ, ଯିଏ ଓଏମ୍‌ଭିଡିରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ରାତିରେ ସେ ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ।

ନିଆଁରେ ଜଳୁଥିବା ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ସେ ଜଣେ ପୁଲିସ ହାବିଲଦାରଙ୍କ କ୍ୱାର୍ଟର୍ସ ଭିତରକୁ ପଶିଯାଇଥିଲେ। ଫଳରେ ହାବିଲଦାରଙ୍କ ଘରର କିଛି ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣା ପରେ ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ଆଶୁତୋଷଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି। ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହ ଯୋଗୁଁ ଏଭଳି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି ବୋଲି ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ