Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିଣ୍ଡାଲକୋ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ସ୍ଥିତ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ହିରାକୁଦ ସ୍ମେଲ୍ଟର ଏବଂ ସିପିପି ମିଳିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ଖୁବ ଉତ୍ସାହର ସହ ପାଳନ କରାଯାଇଛି l ଯାହା ତାଙ୍କର ପରିବେଶ ସୁସ୍ଥିରତା ଓ ଦାୟିତ୍ୱପରାୟଣତା ପ୍ରତିବଦ୍ଧତାକୁ ପୁରାରୁଦ୍ଧାର କରିଛି l ଏହି ଅବସରରେ ପ୍ରାୟ ୩୦୦ ଜଣ ସସ୍ବେଛାକୃତ ଭାବେ ଅଂଶଗ୍ରହଣ କରିଥିଲେ l
ଏହି ଅବସରରେ ପରିବେଶ ସୁରକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନତା ବଢାଇବା ପାଇଁ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା ଏବଂ ପରେ ପରେ ହିଣ୍ଡାଲକୋ କଲୋନୀ ପପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଦେଶୀ ପ୍ରଜାତିର ଚାରା ପ୍ରତିରୋପଣ କରାଯାଇ ହରିତିମା ବୃଦ୍ଧି ଓ ପର୍ଯ୍ୟାବରଣୀୟ ସମତୋଳନକୁ ପ୍ରୋତ୍ସାହନ ଦିଆଯାଇଥିଲା l
ଏହି କାର୍ଯ୍ୟକ୍ରମରେ ଏସ୍‌ପିସିବି, ସମ୍ବଲପୁରର ଶ୍ରୀମତୀ ଅନ୍ଶୁମାଳା କୁସୁମ ମିଞ୍ଜ (ଉପ ପରିବେଶ ବୈଜ୍ଞାନୀ), ଇଂ. ରାକେଶ ପଣ୍ଡା (ସହାୟକ ପରିବେଶ ଇଞ୍ଜିନିୟର) ଓ ମନୋରଞ୍ଜନ ପ୍ରଧାନ (ସହାୟକ ପରିବେଶ ବୈଜ୍ଞାନୀ) ଉପସ୍ଥିତ ଥିଲେ l ବରିଷ୍ଠ ପରିଚାଳନା ମଣ୍ଡଳୀରୁ ବିଶ୍ୱାସ ସିନ୍ଧେ (ଏକକ ମାନବ ସମ୍ପଦ ପ୍ରମୁଖ), ପ୍ରତାପ ସାହୁ (ପ୍ଲାଣ୍ଟ ପ୍ରମୁଖ – ସ୍ମେଲ୍ଟର), ଅରୁଣ ସିଂହ (ପ୍ଲାଣ୍ଟ ପ୍ରମୁଖ – ସିପିପି), ରଞ୍ଜନ ଜେନା ( ପରିବେଶ ବିଭାଗୀୟ ମୁଖ୍ୟ ), ସତ୍ୟ ନାରାୟଣ ଦାସ (କର୍ମଚାରୀ ସମ୍ପର୍କ ବିଭାଗୀୟ ମୁଖ୍ୟ ), ଅନ୍ଶୁ ବାବୁ (ପରିବର୍ତ୍ତନ କାର୍ଯ୍ୟକ୍ରମ ମୁଖ୍ୟ ), ତୁଷାର ପାତ୍ର ( ସୁରକ୍ଷା ବିଭାଗ ମୁଖ୍ୟ ), ବିଶ୍ୱଜିତ ପରିଡା ଏବଂ ଆଦିଶ ଜେନ୍ ସହ ଅନ୍ୟମାନେ ସକ୍ରିୟ ଭାବରେ ଅଂଶ ନେଇଥିଲେ।
କଲୋନୀ ସମୁଦାୟର ପ୍ରତିନିଧିମାନଙ୍କ ମଧ୍ୟରୁ ସରୋଜ କୁମାର ମହାନ୍ତି (କାର୍ଯ୍ୟକାରୀ ଅଧ୍ୟକ୍ଷ), ଜିତେନ୍ଦ୍ର କୁମାର ପଟ୍ଟନାୟକ (ଉପାଧ୍ୟକ୍ଷ), ଅନିଲ ମିଶ୍ର (ଉପାଧ୍ୟକ୍ଷ), ମଧୁ ଶଙ୍କର ଏବଂ କସ୍ତୁରବା ମହିଳା ମଣ୍ଡଳର ଶ୍ରୀମତୀ ଚିନ୍ମୟୀ ମ୍ୟାଡାମ (ଅଧ୍ୟକ୍ଷା), ଶ୍ରୀମତୀ ସୁଭାଶ୍ରୀ ପ୍ରୁଷ୍ଟି (ସଦସ୍ୟା), ଶ୍ରୀମତୀ ମାଧୁମିତା ହୋତା (ସଦସ୍ୟା) ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମଆୟୋଜକ ଦ୍ୱାରା ସମୁହିକ ଦାୟିତ୍ୱ ବୋଧକୁ ଶକ୍ତିଶାଳୀ କରି ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଢ଼ିବା ପ୍ରତି ସମସ୍ତଙ୍କ ଅଙ୍ଗୀକାରକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ