Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହର୍ମୁଜ୍ ପ୍ରଣାଳୀରେ ଇରାନର ୨ ଡ୍ରୋନ୍ ଧ୍ୱଂସ କଲା ଆମେରିକା; ମଧ୍ୟପ୍ରାଚ୍ୟରେ ପୁଣି ବଢ଼ିଲା ତିକ୍ତତା

ମଧ୍ୟପ୍ରାଚ୍ୟରେ ତଣାପୋଡ଼ ମଧ୍ୟରେ ଆମେରିକୀୟ ସେନା ହର୍ମୁଜ୍ ପ୍ରଣାଳୀ ଅଞ୍ଚଳରେ ଅନ୍ତର୍ଜାତୀୟ ଜାହାଜ ଚଳାଚଳକୁ ବିପଦ ସୃଷ୍ଟି କରୁଥିବା ଇରାନର ଦୁଇଟି ଆକ୍ରମଣାତ୍ମକ ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ଏହି ସୂଚନା ଦେଇ କହିଛି ଯେ, ଅଞ୍ଚଳରେ ନିୟୋଜିତ ଆମେରିକୀୟ ବଳ ଇରାନର ଯେକୌଣସି ଆକ୍ରମଣାତ୍ମକ କାର୍ଯ୍ୟର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି।

CENTCOM ଅନୁସାରେ, ଶୁକ୍ରବାର ରାତିରେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ଦିଗକୁ ଆସୁଥିବା ଇରାନର ଚାରିଟି ଡ୍ରୋନ୍‌କୁ ଧ୍ୱଂସ କରାଯାଇଥିଲା। ଏହା ପରେ ଆମେରିକା ଇରାନର ସମୁଦ୍ରତଟ ଅଞ୍ଚଳରେ ଥିବା ନଜରଦାରି ରାଡାର କେନ୍ଦ୍ରଗୁଡ଼ିକ ଉପରେ ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି।

ଏପଟେ ଇରାନ ଶନିବାର ଆମେରିକାର ମିତ୍ର ରାଷ୍ଟ୍ର ବାହାରିନ୍ ଏବଂ କୁଏତ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବା ଖବର ମିଳିଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ପରୋକ୍ଷ ଆଲୋଚନା ଚାଲିଥିଲେ ମଧ୍ୟ ଏହି ପାଲଟା ଆକ୍ରମଣ ଅଞ୍ଚଳର ସୁରକ୍ଷା ସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ