ବୁର୍ଲା ପାୱାର ଚ୍ୟାନେଲ ରେ ବୁଡିଗଲେ ଛାତ୍ର,ଓଡ୍ରାଫ ଦଳ ର ଦ୍ୱାରା ଚାଲିଛି ଉଦ୍ଧାର କାର୍ଯ୍ୟ
ସମ୍ବଲପୁର:ସମ୍ବଲପୁର ର ବୁର୍ଲା ଥାନା ଅନ୍ତର୍ଗତ ପାୱାର ଚ୍ୟାନେଲ ର
ଅଠର ହଜାର କୁ ଭୋଜି କରିଯାଇଥିବା ଜଣେ ଛାତ୍ର ପାଣିରେ ବୁଡ଼ିଯାଇଛି।ଛାତ୍ର ଜଣକ ହେଲେ ସମ୍ବଲପୁର ସହଯୋଗ ନଗର ର ସ୍ୱସ୍ତିକ ପାଢ଼ୀ ( ୧୬ ବର୍ଷ )
ସୂଚନା ଯୋଗ୍ୟ ଯେ, ନିଖୋଜ ଛାତ୍ର ସ୍ୱସ୍ତିକ ଏଇବର୍ଷ ମ୍ୟାଟ୍ରିକ ପାସ କରିଛନ୍ତି।ତାର ଆଡ଼ମିସନ ମଧ୍ୟ୍ୟ ଭୁବନେଶ୍ୱର ରେ ହୋଇସାରିଥିଲା। ସ୍ୱସ୍ତିକ ହେଉଛି ଟିପିଡବ୍ଲ୍ୟୁଓଡ଼ିଏଲ ର କାର୍ଯ୍ୟରତ ଇ. ସୁକାନ୍ତ ପାଢ଼ୀ ଙ୍କର ପୁତ୍ର।ସ୍ୱସ୍ତିକ ଙ୍କ ସହ ବହୁତ ଭଲ ନମ୍ବର ରଖିଥିବା କିଛି ଛାତ୍ର ଙ୍କୁ ନେଇ ତାଙ୍କର ଟ୍ୟୁସନ ମାଷ୍ଟର ସେହି ପାୱାର ଚ୍ୟାନେଲ ପାଖକୁ ବଣ ଭୋଜି କରିବାକୁ ଯାଇଥିଲେ। ସେଠି ପାଣି ପ୍ରାୟ ପାଣିର ସ୍ରୋତ ଖୁବ ଜୋର ଥାଏ ଓ ପାଣି ମଧ୍ୟ୍ୟ ଅଧିକ ଥାଏ। ସେଇ ପାଣିରେ ଗାଧୋଇବାକୁ ଯାଇଥିବା ବେଳେ ସ୍ୱସ୍ତିକ ପାଣିର ସ୍ରୋତରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି।
ଏହି ଘଟଣା ଘଟିଲା ପରେ ବୁର୍ଲା ଥାନା ଓ ଅଗ୍ନିଶମ ବାହିନୀ କୁ ସୂଚନା ଦିଆଯାଇଥିଲା।କିଛି ସମୟ ପରେ ସେମାନେ ପହଞ୍ଚିଲା ପରେ ବୋଟ ସାହାଯ୍ୟ ରେ ତଥା ବୁଡାଳି ମାନେ ମଧ୍ୟ୍ୟ ଲାଗିପଡ଼ିଥିଲେ l କିନ୍ତୁ,ଏଯାଏ ସ୍ୱସ୍ତିକ ର କୌଣସି ସନ୍ଧାନ ମିଳିପାରିନାହିଁ l ତଥାପି ପ୍ରୟାସ ଚାଲିଥିବା ବୁର୍ଲା ପୋଲିସ ପକ୍ଷରୁ ସୂଚନା ଅଛି।

