ଦୁଇ ସଜାଗ ରେଳବାଇ କର୍ମଚାରୀ ପୁରସ୍କୃତ:ସୁରକ୍ଷା ଓ ନିରାପତ୍ତା ହିଁ ରେଳବାଇ ର ପ୍ରାଥମିକତା : ଡିଆରଏମ
ସମ୍ବଲପୁର: ରେଳୱେ ବିଭାଗ ପକ୍ଷରୁ ସୁରକ୍ଷା ଓ ନିରାପତ୍ତା କୁ ଖୁବ ପ୍ରାଥମିକତା ଦେଉଛି l କେବଳ ସେତିକି ନୁହେଁ ଦାୟିତ୍ୱ ରେ ଥିବା କର୍ମଚାରୀ ମାନଙ୍କର କାର୍ଯ୍ୟଦକ୍ଷତା କୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ ବି କରିଆସୁଛି l ଯଦ୍ୱାରା ଅନ୍ୟମାନେ ଅନୁପ୍ରାଣିତ ହୋଇ ସତର୍କତା ଅବଲମ୍ବନ କରିବା ସହ ନିଷ୍ଠାପର ଭାବରେ କାର୍ଯ୍ୟ କରିବେ l
ସେହି କ୍ରମରେ ସମ୍ବଲପୁର ର ବରିଷ୍ଠ ସହାୟକ ଲୋକୋ ପାଇଲଟ୍, ଇନ୍ଦ୍ରଜିତ କୁମାର ସିଂ ଏବଂ ସମ୍ବଲପୁର ସିଟି ଷ୍ଟେସନ ର ସହାୟକ, ଟି.ଆର. ଡି. ସତ୍ୟନାରାୟଣ ଙ୍କୁ ନିରାପତ୍ତI ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳIଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତI ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଛି l
ସେମାନଙ୍କର କର୍ତ୍ତ୍ୟବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ, ସୁବାଷ ଚନ୍ଦ୍ର ଚୌଧରୀ ସେମାନଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି I ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ମନଜିତ ସିଂହ ସନସନୱାଲ, ବରିଷ୍ଠ ମଣ୍ଡଳ ବୈଦ୍ୟୁତିକ ଯନ୍ତ୍ରୀ, ପାର୍ଥସାରଥୀ ତ୍ରିପାଠୀ (ଟିଆରଡି), ବରିଷ୍ଠ ମଣ୍ଡଳ ବୈଦ୍ୟୁତିକ ଯନ୍ତ୍ରୀ (ଓପି), ଧୀରେନ୍ଦ୍ର ସିଂହ, ମଣ୍ଡଳ ନିରାପତ୍ତI ଅଧିକାରୀ, ଲିଙ୍ଗରାଜ ଗଡତିଆ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

