Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲେଇ ପ୍ରକଳ୍ପର ହେରିଟେଜ୍ କରିଡରରୁ ଅତିକ୍ରମଣ ଉଚ୍ଛେଦ

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସମଲେଇ ପ୍ରକଳ୍ପର ହେରିଟେଜ୍ କରିଡର ଅଞ୍ଚଳରେ ବ୍ୟାପକ ଅତିକ୍ରମଣ ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଛି l ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପ ପାର୍ଶ୍ଵ ରେ ଅବସ୍ଥିତ ଶୀତଳେଶ୍ୱର ବାବା ମନ୍ଦିରଠାରୁ ମା’ ପାଟଣେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ରହିଥିବା ଏହି ହେରିଟେଜ୍ କରିଡର ରାସ୍ତାର ଉଭୟ ପାର୍ଶ୍ୱରୁ ବେଆଇନ ଦଖଲ ହଟାଯାଇଛି l
ଏହି ରାସ୍ତା ସମ୍ବଲପୁର ର ଇଷ୍ଟଦେବୀ ମାଁ ସମଲେଶ୍ୱରୀ ମନ୍ଦିରକୁ ଯାଉଥିବା ପ୍ରମୁଖ ସଂଯୋଗ ପଥ ହୋଇଥିବା ବେଳେ ପ୍ରତିଦିନ ହଜାର ହଜାର ଭକ୍ତ ଏହି ପଥ ଦେଇ ଯାତାୟାତ କରିଥାନ୍ତି l ସମ୍ବଲପୁର ର ପ୍ରସିଦ୍ଧ ଶୀତଳ ଷଷ୍ଠି ଯାତ୍ରା ସମୟରେ ବଡ଼ବଜାର ଶୀତଳଷଷ୍ଠୀ ଯାତ୍ରାର ମଧ୍ୟ ଶୋଭାଯାତ୍ରା ଏହି ମାର୍ଗ ଦେଇ ଯାଇଥାଏ l କିନ୍ତୁ ଦୀର୍ଘଦିନ ଧରି ରାସ୍ତା କଡ଼ରେ ଥିବା ଠେଲାଗାଡ଼ି, ରାସ୍ତାକଡ଼ ବ୍ୟବସାୟୀ, ଫାଷ୍ଟଫୁଡ୍ ଦୋକାନ ଏବଂ ଅନ୍ୟାନ୍ୟ ଅସ୍ଥାୟୀ ଦଖଲ ଯୋଗୁଁ ରାସ୍ତାଟି ସଙ୍କୀର୍ଣ୍ଣ ହୋଇ ପଡିଥିଲା l ଫଳରେ ଯାତାୟାତରେ ବାଧା ସୃଷ୍ଟି ହେବା ସହ ସହରର ସୌନ୍ଦର୍ଯ୍ୟ ମଧ୍ୟ କ୍ଷୁଣ୍ଣ ହେଉଥିଲା l
ଆଗାମୀ ଶୀତଳଷଷ୍ଠୀ ପର୍ବ ଏବଂ ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଅତିକ୍ରମଣ ଉଚ୍ଛେଦ କାର୍ଯ୍ୟକ୍ରମ ଅତ୍ୟନ୍ତ ଆବଶ୍ୟକ ଥିଲା l ଏହା ଦ୍ୱାରା ହେରିଟେଜ୍ କରିଡରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଭକ୍ତ, ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ପାଇଁ ନିର୍ବିଘ୍ନ ଯାତାୟାତ ସୁନିଶ୍ଚିତ ହେବ l
ସମ୍ବଲପୁର ମହାନଗର ନିଗମ ର ଏନ୍ଫୋର୍ସମେଣ୍ଟ ସ୍ୱାର୍ଡ ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ