ରୋଟାରୀଆନ ମହମ୍ମଦ ପରଭେଜ ଅଲ୍ଲୀ ଖାନ “ଆଭାର ମିତ୍ରୋଁ କା” ସମ୍ମାନ ରେ ସାମ୍ନାନିତ
ସମ୍ବଲପୁର:ରୋଟାରି ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୧ ଦ୍ୱାରା ଛତିଶଗଡ଼, ଓଡ଼ିଶା ଏବଂ ମଧ୍ୟପ୍ରଦେଶର ରୋଟାରି ନେତୃତ୍ୱ ଓ କର୍ମୀମାନଙ୍କ ସେବାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ରାୟପୁର ସ୍ଥିତ ହୋଟେଲ ବାବିଲନ କ୍ୟାପିଟାଲ ଠାରେ “ଆଭାର ମିତ୍ରୋଁ କା” ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା l
ଏହି ଅବସରରେ ସମ୍ବଲପୁର ର ପାଷ୍ଟ ପ୍ରେସିଡେଣ୍ଟ ରୋଟାରିଆନ୍ ମହମ୍ମଦ ପରୱେଜ ଅଲି ଖାନଙ୍କୁ ଡିଷ୍ଟ୍ରିକ୍ଟ ଗଭର୍ନର ଅମିତ ଜୟସ୍ୱାଲ (ଟିମ୍ ଅମିତ ୨୦୨୫-୨୬) ଙ୍କ ଡିଷ୍ଟ୍ରିକ୍ଟ ମ୍ୟାନେଜମେଣ୍ଟ ଟିମ୍ ସଦସ୍ୟ ଭାବେ ତାଙ୍କର ଉଲ୍ଲେଖନୀୟ ସେବା, ନେତୃତ୍ୱ ଏବଂ ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା l ଡିଷ୍ଟ୍ରିକ୍ଟ ଗଭର୍ନରଙ୍କ କ୍ୟାବିନେଟର ଚୟନିତ ପାଞ୍ଚ ଜଣ ସଦସ୍ୟଙ୍କ ମଧ୍ୟରେ ସେ ମଧ୍ଯ ଏହି ସମ୍ମାନ ବାସୁଦେବ ଗୋଲୟାନ ,ଆର.ଆଇ ଡାଇରେକ୍ଟର 27-29 ଙ୍କ ଠାରୁ ଗ୍ରହଣ କରିଥିଲେ l
ରୋଟାରିଆନ୍ ପରୱେଜ ଅଲି ଖାନଙ୍କର ରୋଟାରି ଯାତ୍ରା ଅତ୍ୟନ୍ତ ଗୌରବମୟ l ସେ ୨୦୧୫-୧୬ ଏବଂ ୨୦୧୯-୨୦ ମସିହାରେ ଦୁଇଥର କ୍ଲବ ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରିଆସିଛନ୍ତି l ବିଶେଷକରି କୋଭିଡ୍-୧୯ ମହାମାରୀ ସମୟରେ ୨୦୧୯-୨୦ ବର୍ଷରେ ତାଙ୍କ ନେତୃତ୍ୱରେ ବିଭିନ୍ନ ମାନବିକ ସେବା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା l ଏହି ସେବା ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ l
ପରବର୍ତ୍ତୀ ସମୟରେ ସେ ୨୦୨୨-୨୩ ମସିହାରେ ଆସିଷ୍ଟାଣ୍ଟ ଗଭର୍ନର ଭାବେ କାର୍ଯ୍ୟ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ ଏବଂ ତାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ “ଆଉଟଷ୍ଟାଣ୍ଡିଂ ପର୍ଫର୍ମାନ୍ସ ଆୱାର୍ଡ” ପ୍ରାପ୍ତ କରିଥିଲେ l
ରୋଟାରି କ୍ଷେତ୍ରରେ ତାଙ୍କ ନେତୃତ୍ୱ, ସଂଗଠନ କୌଶଳ ଏବଂ ସମାଜସେବା ପ୍ରତି ଅବଦାନ ପାଇଁ ସେ ଡିଷ୍ଟ୍ରିକ୍ଟ ୩୨୬୧ ରୁ ଅନେକ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି l
ଏହି ସମ୍ମାନ ପ୍ରାପ୍ତି ଅବସରରେ ଡିଷ୍ଟ୍ରିକ୍ଟର ବରିଷ୍ଠ ନେତୃବୃନ୍ଦ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ମଧ୍ୟ ସମାଜସେବା ଓ ରୋଟାରିର ଆଦର୍ଶକୁ ଆଗକୁ ନେବାକୁ ପ୍ରେରଣା ପ୍ରଦାନ କରିଥିଲେ।

