ସମର୍ପଣ, ଆଶ୍ରିତ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁକଲ୍ୟରେ ବିଶ୍ୱ ପରିବେଶ ଦିବସ
ସମ୍ବଲପୁର :ସ୍ଥାନୀୟ ଏକ ହୋଟେଲ କନ୍ଫରେନ୍ସ ହଲଠାରେ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ l ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ପ୍ରଦୂଷଣ ବିରୋଧରେ ଏକ ରାଲି ବୀର ସୁରେନ୍ଦ୍ର ସାଏ ମାର୍ଗ ରେ ଆୟୋଜନ ହୋଇଥିଲା, ଛାତ୍ର ଛାତ୍ରୀଗଣ ପ୍ଲା କାର୍ଡ, ବେନର ଧରି ପରିକ୍ରମା କରିଥିଲେ ଏବଂ ସନ୍ଧ୍ୟାରେ ସଭାର ଆୟୋଜନ କରାଯାଇଥିଲା ଏହି ସଭାକୁ ସମାଜସେବୀ ଅରବିନ୍ଦ ନାୟକ ପରିଚାଳନା କରିଥିଲେ l ସଂଗଠନ ର ସମ୍ପାଦକ ରାଧେଶ୍ୟାମ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଶ୍ରୀ ଜ୍ଞାନରଞ୍ଜନ ପଣ୍ଡା, ବିଶିଷ୍ଟ ସମାଜସେବୀ କାର୍ତିକ ପ୍ରସାଦ ବହିଦାର, ଏବଂ ମୁଖ୍ୟ ଅତିଥି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ଼ଃ ସତ୍ୟ ନାରାୟଣ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ l ସମର୍ପଣ ସଙ୍ଘଠନ ସଭାପତି ଶ୍ରୀ ଦିଲୀପ କୁମାର ପଣ୍ଡା ସଭାପତି ଭାବରେ ପରିଚାଳନା କରିଥିଲେ l ଅତିଥି ଗଣ ପ୍ରଦୂଷଣ ରୁ ମୁକ୍ତି ପାଇବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବା ଆବଶ୍ୟକ ଏବଂ ପ୍ଲାଷ୍ଟିକ କୁ ବନ୍ଦ କରିବାକୁ ପ୍ରକାଶ କରିଥିଲେ l ପ୍ରଦୂଷଣ ର ମାତ୍ରା ବୃଦ୍ଧି ପାଉଥିବା ମୁଖ୍ୟ କାରଣ ଜଙ୍ଗଲ କ୍ଷତି l ବ୍ୟାପକ ଶିଳ୍ପାୟନ ଏବଂ ଏଠାରୁ ନିର୍ଗତ ପ୍ରଦୂଷଣ ବିଭିନ୍ନ ରୋଗର କାରଣ l ଆମକୁ ସଜାଗ ହେବାକୁ ପଡିବ l ପୂର୍ଵରୁ ଆୟୋଜିତ ପ୍ରତିଯୋଗିତା ରେ କୁନି ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା l
ଚିତ୍ରାଙ୍କନ ପ୍ରତିଯୋଗିତା ଜୁନିୟର ବିଭାଗ ରେ କେନ୍ଦ୍ରୀୟ ବିଦ୍ୟାଳୟର ଆସ୍ଥା ଜେନା ଓ ସାରସ ରଞ୍ଜନ ଜେନା ପ୍ରଥମ, ସେଣ୍ଟ ଜୋସେଫ ସ୍କୁଲ ର ଶ୍ରୀୟମ ଦାସ୍ ଦ୍ଵିତୀୟ, ଡ଼ିଏଭି ସ୍କୁଲ ବୁର୍ଲା ର ଆର୍ଯ୍ୟନ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ସିନିୟର ବିଭାଗରେ ପ୍ରୀତି ସାହାଣୀ ପ୍ରଥମ, ଗୁରୁନାନକ ସ୍କୁଲ ର ନନ୍ଦିତା ଜେନା ଦ୍ଵିତୀୟ, ଜିକେଶ ସାହୁ ତୃତୀୟ ହୋଇଛନ୍ତି । ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ରାଷ୍ଟ୍ରୀୟ ଗୋପାଳ ସ୍କୁଲ ର ରୀତିକା କଚ୍ଛପ ପ୍ରଥମ, ଗୁରୁନାନକ ସ୍କୁଲ ର ଦିବ୍ୟାଂଶୁ ପଣ୍ଡା ପ୍ରଥମ, ବୁଢାରଜା ସ୍କୁଲର ଅମିତ କୁମାର ନାୟକ ଦ୍ଵିତୀୟ, ମୁଙ୍ଗାଲାଲ ଶିଶୁମନ୍ଦିର ର ଶୁଭମ ମହାପାତ୍ର ତୃତୀୟ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଇଂରାଜୀ ରେ ଆରଜୁ ପରବିନ ପ୍ରଥମ, ଜିନତ ଫାତିମା ଦ୍ଵିତୀୟ, ଶ୍ରୀୟା ସରାଫ ତୃତୀୟ,ଓ ଓଡ଼ିଆ ବିଭାଗରେ ବାଲିବନ୍ଧା ବାଳିକା ବିଦ୍ୟାଳୟର ବବିତା ବେହେରା ପ୍ରଥମ, ବୁଢାରଜା ଗାର୍ଲସ ହାଇସ୍କୁଲ ର ହରପ୍ରିୟା ପଣ୍ଡା ଦ୍ଵିତୀୟ, ମୁନିସିପାଲ ସ୍କୁଲର ରାହୁଲ ନାଥ ତୃତୀୟ ଓ ନାନକରାମ ସ୍କୁଲର ଅନନ୍ତ ସିଂହ ପୁରସ୍କୃତ କରାଯାଇଥିଲା ଲ ସଭାଶେଷରେ ଶ୍ରୀ ଅରବିବ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

