Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର ଶୁଭାରମ୍ଭ,ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

ସମ୍ବଲପୁର:ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ, ଓଡିଶା ସରକାର ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର ଶୁଭାରମ୍ଭ କରିଛନ୍ତି l ଏହିପରିପେକ୍ଷି ରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟ ରେ ସ୍ଥାନୀୟ ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି- ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କୁଚିଣ୍ଡା ବିଧାୟକ ଙ୍କ ପ୍ରତିନିଧି ବିଭୂତି କଲ୍ୟାଣ ପଟେଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲପାଳ(ସାଧାରଣ ) ଅଶୋକ କୁମାର ଭୋଇ, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ରେହାନ ଖତ୍ରୀ ଙ୍କ ସମେତ ମୁଖ୍ୟ ଯୋଗାଣ ଅଧିକାରୀ, ଅନ୍ୟ ବିଭାଗୀୟ ଅଧିକାରୀ, ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ସମାରୋହ ରେ ଯୋଗ ଦେଇଥିଲେ l
ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ବୋନ୍ଦର ଙ୍କ ସୂଚନା ଅନୁଯାୟୀ, ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ଯୋଗ୍ୟ ରେସନ ହିତାଧିକାରୀଙ୍କୁ ସେମାନଙ୍କ ନିୟମିତ ପ୍ରାପ୍ୟ ବ୍ୟତୀତ ମାସିକ ମୁଣ୍ଡପିଛା (ପ୍ରତି ହିତାଧିକାରୀ) ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ବିନା ମୂଲ୍ୟରେ ପ୍ରଦାନ କରାଯିବ l
ରାଜ୍ୟ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ଏବଂ ଏହା ଦ୍ୱାରା ଜିଲ୍ଲାର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆହୁରି ସଦୃଢ଼ ହେବ ବୋଲି କହିଥିଲେ l କେବଳ ସେତିକି ନୁହେଁ ସାରା ଭାରତ ରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଏହି ଯୋଜନା ରେ ପ୍ରତି ହିତାଧିକାରୀ ଙ୍କୁ ୧୦ କେଜି ଚାଉଳ ସରକାର ଙ୍କ ଦ୍ଵାରା ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ l ଖାଦ୍ୟ ସୁରକ୍ଷା ଯୋଜନା ସହ ସରକାରଙ୍କ ଡିଜିଟାଲ୍ ସଶକ୍ତିକରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ (Smart phone) ବିତରଣ କରାଯାଉଛି l ଏହାଦ୍ୱାରା ଆମର ଅଙ୍ଗନବାଡ଼ି ଦିଦିମାନେ ଆହୁରି “ସ୍ମାର୍ଟ” ହେବା ସହ ସରକାରୀ ଯୋଜନା ଗୁଡ଼ିକର ଡିଜିଟାଲ୍ ପରିଚାଳନା ତଥା ତୃଣମୂଳ ସ୍ତରରେ ଶିଶୁ ଓ ମହିଳାମାନଙ୍କ ବିକାଶ କାର୍ଯ୍ୟ ଅଧିକ ସ୍ୱଚ୍ଛ ଏବଂ ଦ୍ରୁତ ହୋଇପାରିବ ବୋଲି କହିଥିଲେ l
ଜିଲ୍ଲାପାଳ ସମ୍ବଲପୁରବାସୀଙ୍କୁ ଏହି ସମସ୍ତ ଜନକଲ୍ୟାଣକାରୀ ଯୋଜନାର ସଦୁପଯୋଗ କରିବାକୁ ଅନୁରୋଧ କରିଛନ୍ତି l
ବିନା ମୂଲ୍ୟରେ ଅତିରିକ୍ତ ଚାଉଳ- ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA-PMGKAY) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅନ୍ତର୍ଗତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅତିରିକ୍ତ ୫ କେଜି ଚାଉଳ ପାଇଁ ଗୋଟିଏ ହେଲେ ଟଙ୍କା ଦେବାକୁ ପଡ଼ିବ ନାହିଁ l ଏହି ଯୋଜନା ଚଳିତ ବର୍ଷ ଏପ୍ରିଲ ମାସଠାରୁ ଲାଗୁ କରାଯାଇଛି l ହିତାଧିକାରୀମାନେ ଏକକାଳୀନ ଏପ୍ରିଲ, ମେ ଏବଂ ଜୁନ ମାସର ମୋଟ ୧୫ କିଲୋଗ୍ରାମ ଚାଉଳ ସେମାନଙ୍କ ନିକଟସ୍ଥ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରୁ ପାଇପାରିବେ l
ଏହି ଯୋଜନା ରେ ସମ୍ବଲପୁର ଜିଲ୍ଲାରୁ ଉପକୃତ ହେବେ ୭.୫ ଲକ୍ଷରୁ ଅଧିକ ଜନସାଧାରଣ l ସମ୍ବଲପୁର ଜିଲ୍ଲାର ମୋଟ ୨,୩୭,୨୩୮ ଟି ରେସନ କାର୍ଡଧାରୀ ପରିବାରର ୭,୫୪,୮୨୨ ଜଣ ହିତାଧିକାରୀ ଏହି ଯୋଜନାର ପ୍ରତ୍ୟକ୍ଷ ଲାଭ ପାଇବେ l ଏହି ଯୋଜନା ମାଧ୍ୟମରେ ଜିଲ୍ଲା ପାଇଁ ମାସିକ ପ୍ରାୟ ୩୭ ଲକ୍ଷ କିଲୋଗ୍ରାମ (୩୭,୭୪୧.୧୦ କ୍ୱିଣ୍ଟାଲ) ଚାଉଳ ଆବଣ୍ଟନ କରାଯାଉଛି l ସମ୍ବଲପୁର ଜିଲ୍ଲାର ମୋଟ ୨୧୦ ଟି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ଏହି ଚାଉଳ ବଣ୍ଟନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories