Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିପିଆଇ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ନିମନ୍ତେ ନଗର ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଓ ଷ୍ଟପ ଡାଇରିଆ ଅଭିଯାନ-୨୦୨୬ ପ୍ରସ୍ତୁତି ବୈଠକ

ସମ୍ବଲପୁର: ଶୁକ୍ରବାର ସମ୍ବଲପୁର ମହାନଗର ନିଗମ ସମ୍ମିଳନୀ କକ୍ଷ ଠାରେ ଡେପୁଟି କମିଶନର ଶ୍ରୀମତୀ ଶୁଭଦିପ୍ତା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ନଗର ସ୍ତରୀୟ ପୋଲିଓ ଟୀକାକରଣ ଟାସ୍କଫୋର୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମ ରେ ଡା ଅଶୋକ କୁମାର ଦାସ (ଅତିରକ୍ତ ଜିଲ୍ଲା ନଗର ଜନ ସ୍ୱାସ୍ଥ୍ୟ ଅଧିକାରୀ) ଯୋଗ ଦେଇ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରି ଥିଲେ I ଚଳିତ ବର୍ଷ ଜୁନ ମାସ ୨୮, ୨୯ ଓ ୩୦ ତାରିଖ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହବ I ଜନ୍ମ ରୁ ପାଞ୍ଚ ବର୍ଷ ବୟସ ର ସମସ୍ତ ଶିଶୁ ମାନଙ୍କୁ ୨ ବୁନ୍ଦା ପୋଲିଓ ଦିଆ ଯିବ I ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ ର ୨୧୩ ଟି ଟିମ ନିୟୋଜିତ କାରାଯାଇ ସମ୍ବଲପୁର ମହାନଗର ନିଗମ ଅଧୀନ ରେଥିବା ୨୮୧୨୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ I ଏହି କାର୍ଯ୍ୟକ୍ରମ ରେ ୧୧ ଟି ଟ୍ରାନଜିଟ ଟିମ ନିୟୋଜିତ ହେବେ I ଆଶା ଦିଦି ଓ ଅଙ୍ଗନବାଡି ଦିଦି ମାନେ ଏହି କାର୍ଯ୍ୟ ରେ ନିୟୋଜିତ ହେବେ I ଆଜିର ସମ୍ମିଳନୀ ରେ ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା ସଂଜୀବ କୁମାର ତିରିଆ, ନଗର ଅଧୀନରେ ଥିବା ସମସ୍ତ ମେଡିକାଲ ଅଫିସର, ରେଳ ବାଇ ଅଧିକାରୀ, ବସ ୟୁନିଅନ ସଦସ୍ୟ, ରେସିଡେଣ୍ଟ ୱେଲ ଫେୟାର ଆଶୋସିଏସନ ର ସଦସ୍ୟ, ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଏନଜିଓ କର୍ମକର୍ତ୍ତା, ଏମସିଏଲ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ କିପରି ସଫଳତା ର ସହିତ କରାଯିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ I ଉକ୍ତ ସଭାରେ “ଷ୍ଟପ ଡାଏରିଆ ଅଭିଯାନ – ୨୦୨୬” କାର୍ଯ୍ୟକ୍ରମ ସମ୍ପର୍କ ରେ ମଧ୍ୟ ଆଲୋଚନା କରାଯାଇ ଥିଲା ଯାହା ୧୬ ଜୁନ ୨୦୨୬ ରୁ ୩୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିବ I ସମ୍ବଲପୁର ନଗର ରେ ଯେମିତି ଡାଏରିଆ ଜନିତ ମୃତ୍ୟୁ ନ ହେବ ସେଥି ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ କୁ ଜୋରଦାର କରାଯିବ ବୋଲି ସଂକଳ୍ପ ନିଆଗଲା I ବିଶେଷ କରି ସୁଷମଖାଦ୍ୟ, ପାନୀୟ ଜଳ ଓ ସ୍ୱଛତା ଉପରେ ସଚେତନତା ପାଇଁ ଡା ଅଶୋକ କୁମାର ଦାସ ଗୁରୁତ୍ୱାରୋପ କରି ଥିଲେ I ଏହି ସଭାକୁ ନଗର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ନିକୁ ରଞ୍ଜନ ପ୍ରତିହାରୀ ପରିଚାଳନା କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ