ସଡ଼କ ଦୁର୍ଘଟଣା ରେ ସ୍କୁଟି ଆରୋହୀ ମୃତ, ଜଣେ ଗୁରୁତର
ସମ୍ବଲପୁର:ଗତକାଲି ତାରିଖ ୧୨/୦୬/୨୬ ରାତି ପ୍ରାୟ ୮.୩୦ ସମୟରେ ଜୁଜୁମୁରା ଥାନା ଅନ୍ତର୍ଗତ ଘେନୁପାଲିରେ ଏକ ସଡ଼କ ଦୁର୍ଘଟଣା ରେ ଜଣକର ମୃତ୍ୟୁ ଘଟିଛି l ପୋଲିସ ସୂତ୍ରରୁ ସୂଚନା ଅନୁଯାଇ ଏକ ସ୍କୁଟି (OD 11A 3632) ରାସ୍ତାରେ ଥିବା ଏକ ଟ୍ରଲର ( OR 11K 4797)ପଛପାର୍ଶ୍ଵ ରେ ଧକ୍କା ଦେଇଥିଲା l ଫଳସ୍ୱରୂପ ସ୍କୁଟି ଆରୋହୀ ଏବଂ ପଛ ଆରୋହୀଙ୍କ ଶରୀରରେ ଶକ୍ତ ଧକ୍କା ହେବା ଫଳରେ ଶରୀର ରକ୍ତାକ୍ତ ହୋଇଯାଇଥିଲା l ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ସ୍କୁଟି ଆରୋହୀ ଜୁଜୁମୁରା ବ୍ଲକ ଅନ୍ତର୍ଗତ ବୁରୋମାଲର ଅମର ମିର୍ଦ୍ଧା ମେଡିକାଲରେ ମୃତ୍ୟୁବରଣ କରିଥିଲେ ଏବଂ ଆହତ ଖଜୁରପାଲିର ଅରୁଣ ଗୁରୁଙ୍କ ଚିକିତ୍ସା ଚାଲିଛି ବୋଲି ସୂଚନା ଅଛି।

