Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ୍ ରୁ ପଡ଼ି ଜଣେ ମୃତ

ଜମନକିରା : ଦେବଗଡ଼ ଜିଲ୍ଲା ତିଲେଇବଣି ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରାମୁସା ଗାଁର ଗିରିଶ ମାଝୀ ( ୪୭) କୌଣସି କାମରେ ଜମନକିରା କୁ ଆସି ନିଜ ଘରକୁ ଫେରୁଥିବା ବେଳେ ଆଜି ରାତ୍ର ସାଢେ଼ ୯ଟା ସମୟରେ ଜମନକିରା ଥାନା ଟିକିଲିପଡ଼ା ପଞ୍ଚାୟତ ରାଜରାସ୍ତା ୫୩ ସାପ୍ତାହିକ ବଜାର ହାଟ ନିକଟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ନାକ ଓ ମୁହଁରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେବା ସହ ଜମନକିରା ଡାକ୍ତରଖାନା କୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଡାକ୍ତର କୁଚିଣ୍ଡା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ରେ କୁଚିଣ୍ଡା ଡାକ୍ତରଖାନା କୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ଜମନକିରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ରଞ୍ଜନ ନାଗ ପ୍ରକାଶ କରିଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ