Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମଗାଁରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଶ୍ରୀଜିଉଙ୍କ ଦେବସ୍ନାନ ଉତ୍ସବ

ଝାରସୁଗୁଡ଼ା ୩୦/୬ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତିନି ଠାକୁର ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦେବସ୍ନାନ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇ ଯାଇଛି।
ପ୍ରାତଃ ସମୟରୁ ମନ୍ଦିରରେ ବିଭିନ୍ନ ଧାର୍ମିକ ରୀତିନୀତି ଆରମ୍ଭ ହୋଇଥିଲା। ମନ୍ଦିର ପୂଜକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା, ଓମ ପ୍ରକାଶ ପଣ୍ଡା, ଉମେଶ ଚନ୍ଦ୍ର ପଣ୍ଡା ଓ ସ୍ଵାଗତ ପଣ୍ଡା ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ତିନି ଠାକୁରଙ୍କର ପୂଜାର୍ଚ୍ଚନା, ମଙ୍ଗଳ ଆଳତୀ ଆଦି ବିଧି ସମ୍ପନ୍ନ କରିଥିଲେ। ପରେ ଘଣ୍ଟ, ଶଙ୍ଖ ଓ ବାଦ୍ୟର ଧ୍ୱନି ମଧ୍ୟରେ ତିନି ଠାକୁରଙ୍କୁ ସ୍ନାନ ମଣ୍ଡପକୁ ବିଜେ କରା ଯାଇଥିଲା।
ପରମ୍ପରା ଅନୁସାରେ ଜାମଗାଁ ଜମିଦାର ମହେନ୍ଦ୍ର କୁମାର ସାଏ, ଗୋପୀନାଥ ସାଏ, ବିପ୍ଳବ ସାଏ, ବିକ୍ରାନ୍ତ ସାଏ, ବିମଳ ପ୍ରତାପ ସାଏ, ଅଦ୍ୱୈତ ପ୍ରତାପ ସାଏ, ରଞ୍ଜନ ସାଏ, ବ୍ରଜକିଶୋର ସିଂହ, ରାଜେଶ ସିଂହ ଓ ଧନଞ୍ଜୟ ସିଂହଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ସୁବାସିତ ଜଳରେ ତିନି ଠାକୁରଙ୍କ ମହାସ୍ନାନ କରା ଯାଇଥିଲା।
ଏହି ଧାର୍ମିକ କାର୍ଯ୍ୟକ୍ରମ ସମୟରେ ଗ୍ରାମର ସଂକୀର୍ତ୍ତନ ଦଳ ପକ୍ଷରୁ ନାମ ସଂକୀର୍ତ୍ତନ ପରିବେଷଣ କରା ଯାଇଥିଲା। ଘଣ୍ଟ ଶଙ୍ଖ ଓ ହରିନାମ ଧ୍ୱନିରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବହୁ ସଂଖ୍ୟାରେ ଗ୍ରାମବାସୀ ଓ ଭକ୍ତ ମାନେ ଉପସ୍ଥିତ ରହି ତିନି ଠାକୁରଙ୍କ ଦର୍ଶନ ଲାଭ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଟିକାରାମ ପଧାନ, କେଦାର ବଢେଇ, ଶନିଶ୍ଚର ପଧାନ, ଚୁଲେଶ୍ୱର ପଧାନ, ଜୟରାମ ବାରିକ, ଅଜିତ ପଧାନ, ମୋତିଲାଲ ପଧାନ, ଖତୁ ସା, କିଶୋର ଧରେଇ, ଜନେକ ପଧାନ, ଅଜିତ ପଧାନ,ସୁରେଶ ପଧାନ, ପଦ୍ମଲୋଚନ ବିଶି, ସଚ୍ଚିଦାନନ୍ଦ ପଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଉତ୍ସବକୁ ନେଇ ଗ୍ରାମରେ ଭକ୍ତି ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା।
ସେହିଭଳି ପଳସଦା,ଅତାବିରା, କୁମର, ଏମ୍ କଟାପାଲି, ରେଙ୍ଗାଲି, ମଚିଦା, କୁସମେଲ, କନକତୋରା, ରେମତା, ମୁହୁଦି,ବାଘମୁଣ୍ଡା, ଲଖନପୁର ଆଦି ଶ୍ରୀ ଜଗନ୍ନାଥ ମନ୍ଦିର ରହିଥିବା ଗ୍ରାମ ମାନଙ୍କରେ ମଧ୍ଯ ପ୍ରଭୁଙ୍କ ସ୍ନାନ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories