Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ନାଟ୍ୟ ବିଦ୍ୟାଳୟରେ ମନୋନୀତ ସୋନିଆ ବେହେରା ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଝାରସୁଗୁଡ଼ା, ୩୦/୬ (ଓଡ଼ିଶା ନ୍ୟୁଜ୍): ନୂଆଦିଲ୍ଲୀସ୍ଥିତ ପ୍ରତିଷ୍ଠିତ ଜାତୀୟ ନାଟ୍ୟ ବିଦ୍ୟାଳୟ (National School of Drama – NSD)ର ତିନି ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ମନୋନୀତ ହୋଇଥିବା ଝାରସୁଗୁଡ଼ାର ପ୍ରତିଭାବାନ ନାଟ୍ୟଶିଳ୍ପୀ ସୁଶ୍ରୀ ସୋନିଆ ବେହେରାଙ୍କୁ ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ଆଜି ସମ୍ବର୍ଦ୍ଧିତ କରିଛନ୍ତି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚୱାଣ ସୋନିଆଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରର ଏହି ପ୍ରତିଷ୍ଠିତ ଅନୁଷ୍ଠାନରେ ତାଙ୍କର ମନୋନୟନ ଝାରସୁଗୁଡ଼ା ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ସେ ମତ ପ୍ରକାଶ କରିଥିଲେ।
ସୋନିଆ ବେହେରାଙ୍କ ଏହି ସଫଳତା ଜିଲ୍ଲାର ଯୁବ କଳାକାର ମାନଙ୍କୁ ନାଟ୍ୟକଳା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲାପାଳ ଶ୍ରୀ ଚୱାଣ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories