Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ଖରିଫ-୨୦୨୬ ପାଇଁ ଝାରସୁଗୁଡ଼ା ଜିଲ୍ଲା କୃଷି ରଣନୀତି ବୈଠକ,ଏଲ୍-ନିନୋ ଜନିତ ସ୍ୱଳ୍ପ ବର୍ଷା ସ୍ଥିତି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଉପରେ ଗୁରୁତ୍ୱ, କୃଷି ଓ ଜଳସେଚନ ବିଭାଗ ମଧ୍ୟରେ ସମନ୍ୱୟ ରଖି ଚାଷୀଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା, ୩୦/୬ (ଓଡ଼ିଶା ନ୍ୟୁଜ୍): ଆସନ୍ତା ଖରିଫ-୨୦୨୬ ଋତୁ ପାଇଁ ଝାରସୁଗୁଡ଼ା ଜିଲ୍ଲା କୃଷି ରଣନୀତି ବୈଠକ ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାର କୃଷି ରଣନୀତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।
ବୈଠକରେ ସମବାୟ ବିଭାଗର ଉପ-ନିବନ୍ଧକ, କୃଷି ବିଜ୍ଞାନ କେନ୍ଦ୍ର (କେବିକେ)ର ବୈଜ୍ଞାନିକ, ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ, ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ଉକ୍ତ ବୈଠକରେ ସମ୍ଭାବ୍ୟ ଏଲ୍-ନିନୋ ପ୍ରଭାବ ଯୋଗୁଁ ସ୍ୱଳ୍ପ ବର୍ଷା ସ୍ଥିତି ଉପୁଜିଲେ ତାର ମୁକାବିଲା ପାଇଁ ପ୍ରସ୍ତୁତି ଯୋଜନା ଉପରେ ଆଲୋଚନା ହୋଇଥିଲା। ଏଥିରେ ବିହନ ସଂରକ୍ଷଣ ନୀତି, କମ୍ୟୁନିଟି ନର୍ସରୀ ସ୍ଥାପନ, ବିରି ଓ ମୁଗ ଭଳି ଅଣଧାନ ଫସଲର ବିହନ ମହଜୁଦ ରଖିବା ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ କୃଷକ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା।
ଜିଲ୍ଲାପାଳ ଶ୍ରୀ ଚୱାଣ ସମ୍ଭାବ୍ୟ ସ୍ୱଳ୍ପ ବର୍ଷା ପରିସ୍ଥିତିକୁ ସଫଳତାର ସହ ସାମ୍ନା କରିବା ପାଇଁ କୃଷି ବିଭାଗ ଓ ଜଳସେଚନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ଚାଷୀ ମାନଙ୍କ ସ୍ଵାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି ଯୋଜନାକୁ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସେ ଆହ୍ୱାନ ଜଣାଇ ଥିଲେ।
ବୈଠକରେ ଖରିଫ-୨୦୨୬ ଋତୁ ପାଇଁ ଚାଷୀ ମାନଙ୍କ ଆବଶ୍ୟକ ସମୟରେ ଉନ୍ନତ ମାନର ବିହନ, ରାସାୟନିକ ସାର, କୀଟନାଶକ ଔଷଧ ଆଦି ଯୋଗାଇବା, ବୈଜ୍ଞାନିକ ଚାଷ ପଦ୍ଧତିର ପ୍ରଚାର, ବିକଳ୍ପ ଫସଲ ଚାଷକୁ ପ୍ରୋତ୍ସାହନ ଏବଂ ପ୍ରତିକୂଳ ପାଣିପାଗ ପରିସ୍ଥିତିର ମୁକାବିଲା ପାଇଁ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories