Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପକ୍ଷୀପ୍ରେମୀ ଙ୍କ ଦ୍ଵାରା ଚାତକ ପକ୍ଷୀ ଉଦ୍ଧାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପରିବେଶପ୍ରେମୀ ତଥା ପକ୍ଷୀପ୍ରେମୀ ସତ୍ୟଜିତ ଗଡୁଆ ନିଜର କୌଣସି କାର୍ଯ୍ୟରେ ଯାଇ ନିଜ ଘରକୁ ଫେରୁଥିବା ବାଟ ପାତଳୀ ଶ୍ରୀ କ୍ଷେତ୍ର, କୋଟସମଲେଇ ଜଙ୍ଗଲ ପାର୍ଶ୍ୱ ରାସ୍ତାରେ ଏକ ବିଲୁପ୍ତ ପ୍ରଜାତିର ଚାତକ ପକ୍ଷୀ କୌଣସି କାରଣରୁ ଅସୁସ୍ଥ ହୋଇ ରାସ୍ତାରେ କଡରେ ଅଚେତ ଅବସ୍ଥାରେ ପଡିଥିବାର ଦେଖିଲେ l ତତ୍ କ୍ଷଣାତ୍ କାଳ ବିଳମ୍ବ ନକରି ତୁରନ୍ତ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପକ୍ଷୀକୁ ଗ୍ଲୁକୋଜ ପାଣି ପିଆଇ ସୁସ୍ଥ ଅବସ୍ଥାକୁ ଫେରାଇ ଆଣିଥିଲେ l ପ୍ରକାଶ ଯେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ଅତ୍ୟଧିକ ତାପମାତ୍ରା ରେ ପକ୍ଷୀ ପ୍ରଜାତି ମାନେ ଜଳକଷ୍ଟ ସହିନପାରି ଅଂଶୁଘାତ ର ସମ୍ମୁଖୀନ ହୋଇ ଏପରି ଅସୁସ୍ଥ ହେଉଥିବା ପକ୍ଷୀପ୍ରେମୀ ସତ୍ୟଜିତ କୁହନ୍ତି l ପକ୍ଷୀଟିକୁ ୬, ୭, ଥର ଗ୍ଲୁକୋଜ ପାଣି ପିଆଇ ନିଜେ ଉଡିବା ସକ୍ଷମ ହେବା ପରେ ପକ୍ଷୀଟିକୁ ଜଙ୍ଗଲ ମଧ୍ୟରେ ଛାଡିଦେଇଥିବା କହିଛନ୍ତି l ପକ୍ଷୀପ୍ରେମୀ ସତ୍ୟଜିତଙ୍କ ଏଭଳି କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଉଅଛି l