Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକର ମୃ୍ତ୍ୟୁ ପରେ ପ୍ରେମିକା ନିଜେ ଦଉଡ଼ି ଦେଇ ଆତ୍ମହତ୍ୟା

ଜମନକିରା : ପ୍ରେମିକର ମୃ୍ତ୍ୟୁ ପରେ ପ୍ରେମିକା ନିଜେ ବେକରେ ଦଉଡ଼ି ଦେଇ କରିଛି ଆତ୍ମହତ୍ୟା। ଉଭୟ ପ୍ରେମିକ ପ୍ରେମିକା ଗତ ମଙ୍ଗଲବାର ପଡିଆବାହାଲ ସାପ୍ତାହିକ ହାଟରେ ବେଶ ହସ ଖୁସିରେ ଗପସପ କରିଥିଲେ। ହସ ଖୁସୀରେ ମଧ୍ୟାହ୍ନ କଟାଇ ପ୍ରେମିକ ବିପ୍ର କିଶାନ (୨୩) ନିଜ ଘର ଜମନକିରା ବ୍ଲକର ଚିନିମହୁଲ ଗ୍ରାମକୁ ପଲସର ବାଇକରେ ଫେରୁଥିବା ବେଳେ ଗୌଡପାଲି ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକରେ ପିଟି ହେଇ ଘଟଣା ସ୍ଥଳରେ ହିଁ ମୃ୍ତ୍ୟୁ ବରଣ କରିଥିଲେ। ନିମ୍ନ ମାନର ରାସ୍ତା ଯୋଗୁଁ ଏଭଳି ଦୂର୍ଘଟଣା ଘଟିଥିବା ଅଭିଯୋଗ କରି ଘଟଣା ସ୍ଥଳରେ ଲୋକାରଣ୍ୟରେ ପରିଣତ ହୋଇ ଚାପା ଉତ୍ତେଜନା ସୃଷ୍ଟି ହେବାସହ ସମ୍ବଲପୁର କଲିକତା ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା। ଏହି ସମୟରେ ମୃତ ବ୍ୟକ୍ତିର ଫୋନ କଲକୁ ଆଧାର କରି ପୋଲିସର ଫୋନକଲ ଯାଞ୍ଚ ସମୟରେ ପ୍ରେମିକା ଭୟଭିତ ହୋଇଯାଇଥିଲା। ପ୍ରେମିକର ମୃ୍ତ୍ୟୁକୁ ସହି ନପାରି ଶେଷରେ ପ୍ରେମିକା ସନ୍ଧ୍ୟାରେ ଗାଁ ମୁଣ୍ଡ ଆମ୍ବ ଗଛକୁ ଚଢି ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ଏଭଳି ଘଟଣା ଘଟିଛି ଜୁଯୋମୁରା ବ୍ଲକ ଡଙ୍ଗରପଡା ପଞ୍ଚ।ୟତର ସଦାପାଲି ଗାଁର ତଳିପଡାରେ। ବୀର ମିର୍ଦ୍ଧାଙ୍କ ୨୦ ବର୍ଷର ଝିଅ ସୁନିତା ଏଭଳି ଚରମ ନିଷ୍ପତ୍ତି ନେଇଥିଲା। ଗାଁ ଲୋକ ଖବର ପାଇ ଶବକୁ ସତ୍କାର କରିବାକୁ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଯୁଯୋମୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଆଜି ଶବ ବ୍ୟବଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରିବାରୁ ଅପରାହ୍ନରେ ଶବ ସତ୍କାର କରାଯାଇଛି। ତେବେ ୨ ପ୍ରେମିକ ପ୍ରେମିକା ସ୍ୱପ୍ନ ଦେଖୁ ଦେଖୁ ଅକାଳରେ ଝଡିଯାଇଥିବା ଦୁଇ ନିଶ୍ପାପ ଜୀବନକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ଏହି ଦୁଃଖଦ ଖବର ଅଞ୍ଚଳରେ ଶୋକରେ ଛାୟା ଖେଳାଇ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ