Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଏମଭିଆଇ ଚଢ଼ାଉ,ବେଆଇନ ଭାବେ ଟୁରିଷ୍ଟ ପରମିଟ ରେ ଯାତ୍ରୀ ପରିବହନ ଅଭିଯୋଗ ରେ ୫ ବସ ଅଟକ।

କୋକସରା:୦୨/୦୬ : କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଟୁରିଷ୍ଟ ପରମିଟ ରେ କିଛି ଘରୋଇ ବସ ଯାତ୍ରୀ ନେଇ ହାଇଦ୍ରାବାଦ ଯାଉଥିବା ନେଇ ଅଭିଯୋଗ ହୋଇଥିଲା।ଏହାକୁ ନେଇ କଳାହାଣ୍ଡି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ କଳାହାଣ୍ଡି ଏମଭିଆଇ ଶ୍ରୀବଚ୍ଛ ଦଳାଇ ଙ୍କ ନେତୃତ୍ୱରେ ଆମପାଣି ଚେକ ଗେଟ ନିକଟରେ କଡାକଡି ଯାଞ୍ଚ କରାଯାଇଥିବା ବେଳେ ସେହି ସମୟରେ ହାଇଦ୍ରାବାଦ ଓ ବିଜୟୱାଡା କୁ ଯାତ୍ରୀ ଙ୍କୁ ନେଇ ଯାଉଥିବା ୫ ଆନ୍ତରାଜ୍ୟ ଚଳାଚଳ ଯାତ୍ରୀବାହୀ ବସ କୁ ଅଟକ ରଖି କାଗଜପତ୍ର ଯାଞ୍ଚ ସମୟରେ ଟୁରିଷ୍ଟ ପରମିଟ ରେ ଚାଲୁଥିବା ଜଣାପଡିବା ପରେ ଏମ ଭି ଆଇ ପକ୍ଷରୁ ୫ ବସ କୁ ଆମପାଣି ଥାନା ରେ ଅଟକ ରଖି ଜୋରିମାନା କରାଯାଇଛି।
ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ର କଲମପୁର ବ୍ଲକ ଅଞ୍ଚଳ ରୁ ୨ ଟି ବସ ହାଇଦ୍ରାବାଦ ଓ ଧର୍ମଗଡ ବିଜୁ ଏକ୍ସପ୍ରେସ ୱେ ଦେଇ ୩ ଟି ବସ ବିଜୟୱାଡା ଯାଉଥିବା ବେଳେ ଆମପାଣି ଚେକ ଗେଟ ନିକଟରେ।ପୂର୍ବ ପ୍ରସ୍ତୁତି ଅନୁସାରେ ଏମ ଭି ଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା।ଅଟକ ବସ ଗୁଡିକ ହେଉଛି ସଂଗୀତା ଟ୍ରାଭେଲସ ଓ ଗୁପ୍ତା ଟ୍ରାଭେଲସ ର ବୋଳି ଜଣାପଡିଛି।ଅଟକ ଥିବା ବସ ଗୁଡ଼ିକ ର ନମ୍ବର ହେଉଛି ଓଡ଼ି.୦୨ ଏଏନ ୫୩୮୭, ସିଜି ୧୭ KW ୯୩୪୮, ସିଜି ୧୭ କେ ଏକ୍ସ ୬୦୦୭, ଓଡ଼ି.୦୮.୯୮୧୯ ଓ ଓଡ଼ି.୨୪ ଜେ.୨୪୧୯ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ୫ ଗୋଟି ବସ ଆମପାଣି ଥାନା ପରିସର ରେ ଅଟକ ରଖାଯାଇଛି। ଏନେଇ କଳାହାଣ୍ଡି ଏମ ଭି ଆଇ ଶ୍ରୀବଚ୍ଛ ଦଳେଇ ଙ୍କ ପ୍ରତିକ୍ରିୟା ନେବାରୁ ଟୁରିଷ୍ଟ ପରମିଟ ରେ ବସ ଚାଲୁଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ଯାଞ୍ଚ ପ୍ରକ୍ରିୟା ସରିବା ପରେ ବସ ଗୁଡିକ ଛଡ଼ାଯିବ ବୋଳି କହିଛନ୍ତି।