କୋକସରା ପଞ୍ଚାୟତ ସମିତିରେ ସମିତି ବୈଠକରେ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା ଓ।ଆଲୋଚନା

କୋକସରା:୦୨/୦୬ : କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ଅଧୀନ ରେ ଥିବା ୨୨ ପଞ୍ଚାୟତ ର ନିର୍ବାଚିତ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ଓ ବ୍ଲକ ର ବିଭିନ୍ନ ବିଭାଗ ର ଅଧିକାରୀ ଙ୍କ ଉପସ୍ଥିତି ରେ ଶୁକ୍ରବାର ବ୍ଲକ ସଭାଗୃହ ରେ ପଞ୍ଚାୟତ ସମିତି ର ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖ ଷ ଧି ବାଗ,ବିଡ଼ିଓ ଉତ୍ତମ କୁମାର ବାଗ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,କୋକସରା ଯୋନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ସାଂସଦ ପ୍ରତିନିଧି ସୁଧୀର ପାତ୍ର,୨୨ ଗୋଟି ପଞ୍ଚାୟତ ର ନିର୍ବାଚିତ ସମିତି ମେମ୍ବର, ସରପଞ୍ଚ ମାନେ ଯୋଗଦେଇ ବ୍ଲକ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା ସହ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ରହିଥିବା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷି, ପିଡିଏସ, ଶିଶୁ ବିକାଶ ପ୍ରକଳ୍ପ, ଗମନାଗମନ,ଆଵାସ ଘର, ମନରେଗା ଯୋଜନା ଉପରେ ବିଭାଗୀୟ ଅଧିକାରୀ ଙ୍କ ଠାରୁ ତଥ୍ୟ ମାଗିବା ସହ କେମିତି ଆଗକୁ ଜନସାଧାରଣ ଙ୍କ ମୌଳିକ ସମସ୍ୟା ସମାଧାନ ହେବ ସେନେଇ ଆଲୋଚନା କରିଥିଲେ।ସରପଞ୍ଚ ସଙ୍ଘ ର ସଭାପତି ଲଡୁଗାଁ ସରପଞ୍ଚ ନକୁଳ ନାଏକ ସରପଞ୍ଚ ଙ୍କ ନେତୃତ୍ବ ନେଇ ପଞ୍ଚାୟତ ରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ସମିତି ସଦସ୍ୟ ଙ୍କ ପକ୍ଷରୁ ଘନଶ୍ୟାମ ନାଏକ, ଗଜାନନ ନିଆଲ ପ୍ରମୁଖ ସମିତି ବୈଠକ କୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରତି ୨/୩ ମାସ ରେ ସମିତି ବୈଠକ ରଖିବାକୁ ମତ ଦେଇଥିଲେ। ଏହା ଉପରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମତ ରଖି ବିଡ଼ିଓ ଙ୍କ ଅନୁପସ୍ଥିତ ଓ ଅନ୍ୟାନ୍ୟ କାରଣରୁ ବୈଠକ ଡେରି ହୋଇଥିବା ନେଇ ନିଜ ପକ୍ଷ ରଖିବା ସହ ଉପସ୍ଥିତ ଜନ ପ୍ରତିନିଧି ଙ୍କୁ ସମନ୍ୱୟ ରକ୍ଷା କରିବା ସହ ଉନ୍ନୟନ କାର୍ଯ୍ୟ ରେ ସହଯୋଗ କରିବା ପାଇଁ ଉପସ୍ଥିତ ପ୍ରତିନିଧି ଙ୍କୁ ଅନୁରୋଧ କରିଥିଲେ।ପରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଉଦ୍ୟାନ କୃଷି, ଶିଶୁ ବିକାଶ ପ୍ରକଳ୍ପ, ପାନୀୟ ଜଳ ର ବିଭାଗୀୟ ଅଧିକାରୀ ମାନେ ଜନ ପ୍ରତିନିଧି ଙ୍କ ନିକଟରେ ବିଭାଗ ର ଯୋଜନା ଓ ସମସ୍ୟା ଉପରେ ମତ ରଖିଥିଲେ। ତେବେ ବୈଠକରେ କ୍ଷୁଦ୍ର ଜଳସେଚନ ବିଭାଗ ର କୌଣସି ଅଧିକାରୀ ଉପସ୍ଥିତ ନଥବା କାରଣ ରୁ ପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।ସମିତି ବୈଠକରେ ଜିପିଓ ନାରାୟଣ ଭୋଇ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ବିଏସଏସଓ ଦୀପକ କୁମାର ବେହେରା,ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ,କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।