ଇନ୍ଦ୍ରାବତ ବତୀ ଦକ୍ଷିଣ ମୁଖ୍ୟ କେନାଲ ପାତ୍ରବସା ନିକଟରେ କୁମ୍ଭୀର, ଲୋକେ ଆତଙ୍କିତ
କଳାହାଣ୍ଡି,୨୯/୦୭
ଆଜି ସକାଳୁ ସକାଳୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଶିବ ମନ୍ଦିର ନିକଟରେ ଏକ କୁମ୍ଭୀର ଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଗତ ଦୁଇ ଦିନ ତଳେ ମଧ୍ଯ କେନାଲରେ କୁମ୍ଭୀର ଥିବା ଲୋକ ଦେଖିଥିଲେ । ଆଜି ପୁଣି କୁମ୍ଭୀର ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ନିକଟରେ ଦେଖା ଯିବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି । ଏନେଇ ଖବର ପ୍ରଚାରିତ ହେବା ପରେ କୁମ୍ଭୀର ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ କେନାଲ ନିକଟରେ ରୁଣ୍ଡ ହେଇଥିଲେ । କିନ୍ତୁ କେନାଲରେ ପ୍ରାୟ ୧୦ ଫୁଟ ପାଣି ଥିବାରୁ ପାଣି ଭିତରେ କୁମ୍ଭୀରଟି ରହିଯାଇଥିବା କୁହାଯାଉଛି । ଏନେଇ କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅଧୁକାରୀ ଆର. କଲାଇଭାନନଙ୍କ ସହ ଯୋଗାଯୋଗ କରାଯାଇଥିଲା । ତୁରନ୍ତ କୁମ୍ଭୀରର ସନ୍ଧାନ ପାଇଁ ବନ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦିନ ୧୨ଟା ବେଳେ ଖୋଦ ଥୁଆମୁଳ ରାମପୁର ବନାଂଚଳ ଅଧିକାରୀ ତ୍ରିନାଥ ସେଠୀଙ୍କ ନେତୃତ୍ବରେ କିଛି ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ର ଠାବ ନେଇ ପ୍ରୟାସ ଜାରି ରଖିଛନ୍ତି ।

