Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜଣେ ଅଜଣା ବ୍ୟକ୍ତିର ଶବ ଉଦ୍ଧାର, ପୋଲିସର ଚାଲିଛି ଛାନଭିନ

ଜମନକିରା : ଜମନକିରା ଥାନା ଗୌଡପାଲୀ ଫାଣ୍ଡି ଅନ୍ତର୍ଗତ ବଡରମା ମା” ଦୁର୍ଗା ମନ୍ଦିର ଠାରୁ ପ୍ରାୟ ୧ କିଲୋମିଟର ଦୂର ରାଜରାସ୍ତା ୫୩ ପୋଲ ତଳେ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର କରାଯାଇଛି। ତେବେ ବ୍ୟକ୍ତିକୁ କେହି ହତ୍ୟା କରି ପୋଲ ତଳେ ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବ୍ୟକ୍ତି ଜଣକ ଫିକା ନୀଳ ରଙ୍ଗର ଗାର ଗାର ଥିବା ସାର୍ଟ, ଧଳା ଗଞ୍ଜି, ଗାଢ଼ ନୀଳ ପ୍ୟାଣ୍ଟ୍, ବେକରେ ଲାଲ ରଙ୍ଗର ସୂତା ପିନ୍ଧିଥିବା ଦେଖାଯାଇଛି। ବ୍ୟକ୍ତିର ବୟସ ୪୫ ରୁ ୫୦ ଭିତରେ ହେବ ବୋଲି ପୋଲିସ ଅନୁମାନ କରୁଛି। ଗତକାଲି ରାତିରେ କେହି ଦୃବୃତ୍ତ ଶବକୁ ଫିଙ୍ଗି ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପୋଲିସ କହିଛି।