Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଗ୍‌ନାଲ ନମାନି ଅପ୍‌ଲାଇନ୍‌କୁ ପଶିଆସିଲା କରମଣ୍ଡଳ!; ଘଟିଲା ଦୁର୍ଘଟଣା

ବାଲେଶ୍ବର: କରମଣ୍ଡଳ ଏକ୍ସପ୍ରେସ ଲାଗି କାଲି ଥିଲା କାଳରାତି। କାଳରାତିରେ ଚାଲିଗଲା ଶତାଧିକ ଲୋକଙ୍କ ଜୀବନ। ତେବେ ସୂଚନା ଅନୁଯାୟୀ ଏହି ଟ୍ରିପଲ ଟ୍ରେନ୍ ଦୁର୍ଘଟଣାର କାରଣ ହେଉଛି  ସିଗନାଲକୁ ଅଣଦେଖା କରିବା। ସିଗନାଲ ମାନିଲାନି କରମଣ୍ଡଳ ଏକ୍ସପ୍ରେସ୍ । ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ମେନ୍ ଲାଇନରେ ଆସିବାକୁ କରମଣ୍ଡଳକୁ ସିଗନାଲ ଦିଆଯାଇଥିଲା । ହେଲେ ସିଗ୍‌ନାଲ ନମାନି ଏକ୍ସପ୍ରେସଟି ଅପ୍ ଲାଇନକୁ ପଶିଆସିଥିଲା। ଫଳରେ ମାଲବାହୀ ଟ୍ରେନରେ ପିଟିହୋଇଥିଲା । ଏହାରି ଭିତରେ ଯଶୱନ୍ତପୁର- ହାଓଡା ଏକ୍ସପ୍ରେସ୍ ଆସିଥିଲା ଏବଂ ଲାଇନଚ୍ୟୁତ କରମଣ୍ଡଳ ସହ ମାଡ ହୋଇଥିଲା । ଫଳରେ ଏକ୍ସପ୍ରେସର ୨ କୋଚ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।ଏଥିରେ ୨୬୧ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ୬୦୦ରୁ ଅଧିକ ଯତ୍ରୀ ଆହତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ