Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୌଚ ହେବା ପାଇଁ ନଦୀକୁ ଯାଇଥିଲେ ମହିଳା; କୁମ୍ଭୀର ଟାଣିନେଇଥିବା ସନ୍ଦେହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ବ୍ଲକ୍ ଅଳପୁଆ ପଞ୍ଚାୟତର ଦାମୋଦରପାଟଣା ଗାଁର ଜଣେ ମହିଳା ନଦୀ କୂଳକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଘଟଣାସ୍ଥଳରେ ତାଙ୍କର ସାବୁନ୍, ବାଲଟି ଓ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ପଡ଼ିଥିବାରୁ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣିନେଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ପରିବାରରେ ଓ ଗାଁରେ ଶୋକର ଛାୟା ଖେଳିଯାଇଛି।

ନିଖୋଜ ମହିଳା ଜଣକ ହେଲେ ସୁଚିତ୍ରା ଦାସ। ସୂଚନା ଅନୁସାରେ, ସେ ସକାଳୁ ନଦୀ କୂଳକୁ ଶୌଚ ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ନଦୀ କୂଳରେ ତାଙ୍କର ବ୍ୟବହୃତ ଜିନିଷପତ୍ର ମିଳିବା ପରେ କୁମ୍ଭୀର ଆକ୍ରମଣର ଆଶଙ୍କା ଆହୁରି ବଢ଼ିଯାଇଛି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍ ଓ ସ୍ୱତନ୍ତ୍ର ସରଞ୍ଜାମ ସହ ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ସୁଚିତ୍ରାଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଥିବାବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି କରିଛି। ସୁଚିତ୍ରା ଜଣେ ପାଚିକା ଭାବେ କାମ କରି ନିଜ ପରିବାରର ଭରଣପୋଷଣ କରୁଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories