Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗିର ଜିଲ୍ଲା ପାଇଁ ଶୁଭ ନବାନ୍ନ ଲଗ୍ନ ଧାର୍ଯ୍ୟ: ସେପ୍ଟେମ୍ବର ୧୫ ମଙ୍ଗଳବାର ନୂଆଖାଇ ।

ବଲାଙ୍ଗିର,୬।୮: ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଇଁ ବଲାଙ୍ଗିର ଜିଲ୍ଲାର ଶୁଭ ନବାନ୍ନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ପାରମ୍ପରିକ ରୀତିମତି ଓ ପୂର୍ବ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ, ଆସନ୍ତା ସେପ୍ଟେମ୍ବର ୧୫ ତାରିଖ (ମଙ୍ଗଳବାର) ଦିନ ସମଗ୍ର ବଲାଙ୍ଗିର ଜିଲ୍ଲାରେ ନବାନ୍ନ ଭକ୍ଷଣ ଉତ୍ସବ ପାଳିତ ହେବ।
ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଦ୍ଧାରକ କମିଟି ଏବଂ ରାଜପୁରୋହିତଙ୍କ ଯୌଥ ସିଦ୍ଧାନ୍ତ କ୍ରମେ ପୂର୍ବତନ ପାଟଣା ଷ୍ଟେଟ୍‌ର ଇଷ୍ଟଦେବୀ ଶ୍ରୀ ଶ୍ରୀ ପାଟଣେଶ୍ୱରୀ ଓ ଶ୍ରୀ ଶ୍ରୀ ସମଲେଶ୍ୱରୀ ଙ୍କ ରାଶିନକ୍ଷତ୍ରକୁ ଆଧାର କରି ଏହି ସମୟ ସ୍ଥିର କରାଯାଇଛି।
ପଞ୍ଜିକା ଗଣନା ଅନୁସାରେ, ସେପ୍ଟେମ୍ବର ୧୫ ତାରିଖ ଅର୍ଥାତ୍ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସକାଳ ଦିବା ଘ. ୯:୩୨ ମିନିଟ୍‌ ରୁ ଘ. ୧୦:୧୦ ମିନିଟ୍‌ ମଧ୍ୟରେ ବିଶୁଦ୍ଧ ତୁଳା ଲଗ୍ନେ ଅମୃତ ବେଳାରେ ଜିଲ୍ଲାବାସୀ ନବାନ୍ନ ଗ୍ରହଣ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି ।
ଏନେଇ ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ୍‌ସ୍ଥିତ ପାଟଣା ମହାରାଜାଙ୍କ ହାଉସ୍‌ହୋଲ୍ଡ ଅଫିସ୍‌ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣାପତ୍ର ଜାରି କରାଯାଇଛି। ଲଗ୍ନ ଧାର୍ଯ୍ୟ ହେବା ପରେ ସମଗ୍ର ଜିଲ୍ଲାରେ ଗଣପର୍ବ ନୂଆଖାଇ ପାଇଁ ଉତ୍ସାହ ଓ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories