Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବତୀ ଙ୍କ ଫଟୋ ଭାଇରଲ କରି ଯୁବକ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଠେଲକଲୋଇ ଥାନ ଅନ୍ତର୍ଗତ କଲୋନୀ ପଡା ରେ ଜଣେ ବିବାହିତ ଯୁବତୀ ଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ର ଫଟୋ ଓ ଭିଡିଓ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସୁଚନାରୁ ପ୍ରକାଶ ଯେ ଠେଲକୋଲୋଇ କଲୋନୀପଡା ର ଜନୈକ ଯୁବତୀ ର ବିବାହ ରେଙ୍ଗାଲି ର ଜନୈକ ଯୁବକ ସହିତ ସାମାଜିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା। ତେବେ ବିବାହ ର ୪ଦିନ ପରେ ଠେଲକୋଲୋଇ କଲୋନୀପଡା ରେ ଭଡାଘର ନେଇ ରହୁଥିବା ନାକଟିଦେଉଳ ଥାନା ଅନ୍ତର୍ଗତ ଟାଙ୍ଗିଆନିଶା ଗ୍ରାମ ର ସୌରେନ୍ ବେହେରା (୨୫) ନାମକ ଜନୈକ ଯୁବକ ବିବାହିତା ଯୁବତୀ ର ଅନ୍ତରଙ୍ଗ ମୂହୁର୍ତ୍ତ ର ଫଟୋ ଓ ଭିଡିଓ ସ୍ବାମୀ ପାଖକୁ ପଠାଇ ଦେବା ଫଳ ରେ ସ୍ବାମୀ ସ୍ତ୍ରୀ ମଧ୍ଯ ରେ ମତାନ୍ତର ହୋଇ ତିକ୍ତତା ସୃଷ୍ଟି ହୋଇ ଥିଲା। ଶଶୁର ଘରଲୋକେ ଉକ୍ତ ଯୁବତୀକୁ ବାପା ମାଆ ଘରେ ଆଣି ଛାଡି ଦେଇଥିଲେ। ବିବାହିତା ଯୁବତୀ ଫଟୋ ଭିଡିଓ ଭାଇରାଲ୍ କରି ଥିବା ସୌରେନ୍ ବେହେରା ନାମରେ ଠେଲକୋଲୋଇ ଥାନାରେ ଏତଲା ଦେବା ପରେ ଏହାର ତନାଘନା କରି ସୌରେନ୍ଦ୍ର କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଥିବା ଆଇଆଇସି ବିଭୂତିଭୂଷଣ ଦଲାଇ ସୂଚନା ଦେଇଛନ୍ତି। କେସ୍ ନଂ ୧୩୫ ଦଫା ୩୭୬/ଆଟ୍ରୋସିଟି/ ଆଇଟି ଆକ୍ଟ ରେ ମାମଲା ରୁଜୁ ହୋଇଥିବା ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ