Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରଦୂଷଣ ମୁକ୍ତ ଭାରତ ପାଇଁ ସାଇକେଲ ରେ ଓଡିଶା ଯାତ୍ରା ରେ ନସ୍କର।

କୋକସରା:୦୪/୦୬ ପଶ୍ଚିମବଙ୍ଗର ରାମ ପ୍ରସାଦ ନସ୍କର୍ ପେଶାରେ ଜଣେ ଶିକ୍ଷକ ପ୍ରଦୂଷଣ ମୁକ୍ତ ଭାରତ ଯାତ୍ରା ସଚେତନତା ପାଇଁ ସାଇକେଲ ଯାତ୍ରା କରି।ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି l ୨୦୧୪ ମସିହାରୁ ପ୍ରତିବର୍ଷ ଗ୍ରୀଷ୍ମ ଛୁଟିରେ ପରିବେଶ ସଚେତନତା ଯାତ୍ରା ଆରମ୍ଭ କରି ଭାରତ, ବଙ୍ଗଳାଦେଶ ଓ ନେପାଳ ସାଇକେଲ ରେ ୨୫ ହଜାର କିଲୋମିଟର ରୁ ଅଧିକ ଯାତ୍ରା କରି ରେକର୍ଡ କରିବା ପାଇଁ ଯାଉଛନ୍ତି l ସେ ଗତ ୨୨ ତାରିଖରୁ କୋଲକତା ରୁ ବାହାରି ଓଡ଼ିଶାର ସମସ୍ତ ଜିଲ୍ଲା ପରିଭ୍ରମଣ କରି ପୂରୀ ଜଗନ୍ନାଥ ଦର୍ଶନ କରି ଜୁନ୍ ୧୨ ତାରିଖରେ ଘରେ ପହଞ୍ଚିବା ସୂଚନା ଦେଇଛନ୍ତି । ରବିବାର ନସ୍କର କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ଦେଇ ନବରଙ୍ଗପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ଭୁର୍ଶାଗୁଡା ନିକଟରେ ନିଜର ଯାତ୍ରା ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ନସ୍କର ସାରାଜୀବନ ସାଇକେଲ ଯାତ୍ରlକରି ସ୍ୱଚ୍ଛ ପରିବେଶ, ପଲିଥିନ ମୁକ୍ତ, ଗଙ୍ଗା ବଞ୍ଚାଅ, ଓଡ଼ିଶାର ଗଙ୍ଗା ମହାନଦୀ ବଞ୍ଚାଅ ଅଭିଯାନ ଚାଲୁ ରଖିବାକୁ ମତ ଦେଇଥିଲେ l