Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳନ ସହ ବୃକ୍ଷ ରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଦିବସ ବ୍ୟାପି ଫଳ ଚାରା ରୋପଣ ମାଧ୍ୟମରେ ଗତକାଲି ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବକାଶରେ ପ୍ରତ୍ୟୁଷରୁ ଝୁଲେନ ପୋଲ ନିକଟସ୍ଥ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପରିସରରେ ନିମ୍ବୁ ଚାରା ରୋପଣ କରାଯଇଥିଲା।ଏଥିରେ ଏକାଧିକବାର ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଥିବା ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚଳିତ ବର୍ଷ ପ୍ଲାଷ୍ଟିକ ବର୍ଜନ ମାଧ୍ୟମରେ ପ୍ରକୃତିର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ।ନାରୀ ସେଚ୍ଛାସେବୀ ରଜନୀ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପରିଷଦର ଉପ-ସଭାପତି ରମେଶ ପ୍ରଧାନ ପ୍ରାରମ୍ଭିକ ସୂଚନାରେ ଦିବସର ମହତ୍ତ୍ଵ ଉପରେ ବକ୍ତବ୍ୟ ରଖିଥିଲେ। ସମଲେଶ୍ଵରୀ ନର୍ସିଂ ସ୍କୁଲର ଛାତ୍ରୀ ଗଣ ଯୋଗ ଦେଇ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ଏକତ୍ରିତ କରି ନଷ୍ଟ କରିଥିଲେ। ଶେଷରେ ଯୁବ ସ୍ୱେଚ୍ଛାସେବୀ ଅସୀମ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ସ୍ଥାନୀୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ କୁଚିଣ୍ଡା ଠାରେ ତାଲୁକ ଆଇନ ସେବା କମିଟି, ରୋପ ଚାଇଲଡ ଲାଇନ ଏବଂ କୁଚିଣ୍ଡା ବନ୍ୟପ୍ରାଣୀ ଓ ବନାଞ୍ଚଳ ବିଭାଗର ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ସମ୍ପାଦକ ଶାନ୍ତନୁ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ କୁଚିଣ୍ଡା ସବଜଜ ନିହାର ରଞ୍ଜନ ସାହୁ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଏସଡିପିଓ ରାଜକିଶୋର ମିଶ୍ର, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ବରିଷ୍ଠ ସଦସ୍ୟ ଡ଼ା ଶରତ ଚନ୍ଦ୍ର ଗୌନ୍ତିଆ, ଶିଶୁ କଲ୍ୟାଣ ସମିତି ସଦସ୍ୟ ପ୍ରଦୀପ କୁମାର ମହାକୁଳ, ପ୍ରକୃତି ବନ୍ଧୁ ଶ୍ରୀ ନାୟକ, କୁଚିଣ୍ଡା ଜଙ୍ଗଲ ବିଭାଗର ରେଞ୍ଜର ଶରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟଅତିଥି କୁଚିଣ୍ଡା ସବଜଜ ଶ୍ରୀ ସାହୁ ଜଙ୍ଗଲ ଆଇନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ଦେଇଥିଲେ। ଏହା ସହିତ ପ୍ଲାଷ୍ଟିକରୁ ପ୍ରଦୂଷଣ ମୁକ୍ତ ନିମନ୍ତେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥିଙ୍କ ସହ ଉପସ୍ଥିତ ଅନ୍ୟ ଅତିଥି ଗଣ ସ୍ଥାନୀୟ ରେଞ୍ଜର ଶ୍ରୀ ପଣ୍ଡା, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କ୍ଷେତ୍ର ପରିଚାଳିକା ମମତା ପଟେଲ, ଆମ ଜଙ୍ଗଲ ଯୋଜନା ସଂଯୋଜକ ପରିମଳ ପଣ୍ଡା, ଚାଇଲଡ ଲାଇନ ଉପଦେଷ୍ଟା ପ୍ରକୃତି ବନ୍ଧୁ ଶ୍ରୀ ନାୟକ, ପୂର୍ବତନ ଅଧ୍ୟକ୍ଷା ଆରତୀ ନାୟକ, ଏସିଇ ନିର୍ଦେଶକ ରାଜେଶ କୁମାର ଶର୍ମା, ପ୍ରଫୁଲ୍ଲ ସାହୁ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚକ୍ରଧର ମାଝୀ ଏବଂ ଜାଗୃତି ମହିଳା ମଣ୍ଡଳ ସଭାପତି ଉମା ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଫଳ ଗଛ ରୋପଣ କରିଥିଲେ। ଏହି ଅବସର ମନ୍ତ୍ରୀମୁଣ୍ଡା ଗ୍ରାମର ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ବସୁମତୀ ମାଝୀଙ୍କ ସହିତ ସଦସ୍ୟା ମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବେଛାସେବୀ ଜଗନ ମିଶ୍ର, ଆରତୀ ମିଞ୍ଜ, ଜୁଲି ମହାନ୍ତ, ବିଜୁ ସାହୁ, ହେମସାଗର ହାତୀ, ଜ୍ୟୋଷ୍ଣା ନିଖଣ୍ଡିଆ, ସୀମା ସାହୁ, ଚାଇଲଡ଼ କର୍ମୀ ତୃପ୍ତିମୟୀ ଦାଶ, ନାମାନି ହେମ୍ରମ, ଭୂମିଶ୍ୱେତା ଧୁରୁଆ ଏବଂ ମିଲି ବାଦୀ ପ୍ରମୁଖ ସହଯୋଗ କରିଥିଲେ।