ଅସହ୍ୟ ତାତିରେ କଲବଲ ରାଜଧାନୀବାସୀ; ଯନ୍ତ୍ରଣା ବଢାଉଛି ବିଦ୍ୟୁତ କାଟ୍‌


ଭୁବନେଶ୍ବର : ଗୋଟେ ପଟେ ସମଗ୍ର ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଅନ୍ୟପଟେ ଦାଉ ସାଝୁଛି ବିଦ୍ୟୁତ୍‌ କାଟ୍‌। ରାଜଧାନୀରେ ମଧ୍ୟ ଘନ ଘନ ବିଦ୍ୟୁତ୍‌ କାଟ ଭଳି ସମସ୍ୟା ଦେଖାଦେଇଛି। ଅସହ୍ୟ ହେଉଛି ବିଦ୍ୟୁତକାଟ ଯନ୍ତ୍ରଣା । ବାରମ୍ବାର କଟୁଛି ଲାଇନ୍‌। ଯାହା ଫଳରେ ଘରେ ରହିବା ଅସହ୍ୟ ହୋଇପଡୁଛି। ଲାଇନ୍ ରହୁନଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।

ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଏପରି ଚିତ୍ର ସାମ୍ନାକୁ ଆସିଛି । ଦୀର୍ଘ ସମୟ ଧରି ଲାଇନ୍ ଆସୁନି। ଯେଉଁଥିପାଇଁ ରାତି ଅଧରେ ଇଲେକ୍ଟ୍ରି ଅଫିସରେ ସାମନାରେ ଲୋକେ ଭିଡ ଜମାଉଛନ୍ତି । କିଛି ଲୋକେ ଇଲେକ୍ଟ୍ରି ଅଫିସରରେ ପହଂଚିବା ବେଳକୁ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଶୋଇଥିବା ଅଭିଯୋଗ କରିଛନ୍ତି । ରାଜଧାନୀ‌ରେ ପ୍ରବଳ ଗରମ ଅନୁଭୂତ ହେଉଛି । ଯାହା ଲୋକଙ୍କ ଏବେ ମୂଳ ସମସ୍ୟା ପାଲଟିଛି।ଏପରି ସମୟରେ ବିଦ୍ୟୁତ୍ କାଟ ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।