ବାହାନଗାରେ ସିବିଆଇ ଟିମର ତଦନ୍ତ 


ବାଲେଶ୍ବର: ବାହାନଗା ଟ୍ରେନ୍‌ ଟ୍ରାଜେଡି। ଚାଲିଛି ଏତେ ବଡ ଦୁର୍ଘଟଣାର ତଦନ୍ତ। କାହାଁକି ହେଲା ଦୁର୍ଘଟଣା ଚାଲିଛି କାରଣ ଖୋଜା। ବାହାନଗାରେ ସିବିଆଇର ଟିମ ତଦନ୍ତ କରୁଛି । ଗତକାଲି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ ସିବିଆଇ ଟିମ। ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ ସିବିଆଇ ।

କରମଣ୍ଡଳ ଏକ୍ସପ୍ରେସ୍ କିପରି ଦୁର୍ଘଟଣାଗ୍ରସ୍ତ ହେଲା? ମେନ୍ ଲାଇନରେ ଯିବା ପାଇଁ ଗ୍ରୀନ୍ ସିଗନାଲ ଦିଆଯାଇଥିବା ବେଳେ ଲୁପ୍ଲାଇନ୍କୁ ମାଡିଗଲା କେମିତି? ସିଗନାଲରେ କଣ ସମସ୍ୟା ଥିଲା ? ଦୁର୍ଘଟଣା ପଛରେ କିଛି ଷଡଯନ୍ତ୍ର ଅଛି କି? ସେ ସବୁର ତଦନ୍ତ କରୁଛି ସିବିଆଇ। ଗତକାଲି ସିବିଆଇ ଟିମ୍ ଦୁର୍ଘଟଣା ସମ୍ପର୍କରେ ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିଥିଲେ । ସେହିପରି କରମଣ୍ଡଳ ଯେଉଁ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ତାର ଡ୍ରାଇଭର ଓ ଗାର୍ଡ ବିଜୟ ରାଓଙ୍କୁ ମଧ୍ୟ ପଚରାଉଚରା କରିଛି ସିବିଆଇ ।