Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ହରଡ ଡାଲି ଦର; ଚିନ୍ତାରେ ଖାଉଟି

ଭୁବନେଶ୍ୱର: ବଢୁଛି ହରଡ ଡାଲି ଦର । ଖାଉଟିଙ୍କ ପକେଟ ଉପରେ ଏହାର ପ୍ରଭାବ ପଡୁଥିବା ଦେଖିବାକୁ ମିଳିଛି। ବଜାରରେ ହରଡ ଡାଲି କିଲୋ ପିଛା ଦର ୧୪୦ ଟଙ୍କାରେ ପହଞ୍ଚିଲାଣି। ଦେଖିବାକୁ ଗଲେ ମାତ୍ର ୬ ମାସରେ ଡାଲି ଦର ୪୦ ଟଙ୍କା ବଢିଛି। ଏହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଖାଉଟି। ହରଡ ଡାଲି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ସେପଟେ ବଜାରରେ ହରଡ ଡାଲିର ଚାହିଦା ବି‌ ବେଶ୍‌ ରହିଛି।

ସୂଚନା ଅନୁସାରେ, ଗତ ଜାନୁଆରୀ ମାସରେ ହରଡ ଡାଲିର ମୂଲ୍ୟ ୧୦୦ ଟଙ୍କା ଥିବା ବେଳେ ଫ୍ରେବୃଆରୀରେ ୧୦୪ରୁ ୧୦୫ ଟଙ୍କା ରହିଥିଲା। ସେହିପରି ମାର୍ଚ୍ଚ ମାସରେ ୧୦୮ ଟଙ୍କା ଏବଂ ମେ ମାସରେ ୧୧୫ରୁ ୧୨୦ଟଙ୍କାର ପହଞ୍ଚିଥିଲା ହରଡ ଡାଲି ଦର । ତେବେ ଜୁନ୍ ମାସ ଆରମ୍ଭରୁ ଡାଲି ଦର ୧୪୦ ଟଙ୍କାରେ ପହଁଚିଛି । ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ହରଡ ଡାଲି ଚାଷ ପ୍ରଭାବିତ ହେଉଛି । ଯଦି ଏପରି ରହେ ଡାଲି ମୂଲ୍ୟ ୨୦୦ ଟଙ୍କା ଟପିବାର ଆଶଙ୍କା ରହିଥିବା କୁହାଯାଉଛି ।

ସୂଚନା ଅନୁସାରେ, ଗତ ଜାନୁଆରୀ ମାସରେ ହରଡ ଡାଲିର ପାଇକାରୀ ମୂଲ୍ୟ ୧୦୦ ଟଙ୍କା ଥିଲା । ଫ୍ରେବୃଆରୀ ମାସରେ ୧୦୪ରୁ ୧୦୫ ଟଙ୍କାରେ ପହଞ୍ଚି ଥିଲା ହରଡ ଡାଲି । ସେହିପରି ମାର୍ଚ୍ଚ ମାସରେ ୧୦୭, ୧୦୮ ଟଙ୍କା ଏବଂ ମେ ମାସରେ ୧୧୫ରୁ ୧୨୦ଟଙ୍କାର ପହଞ୍ଚିଥିଲା ହରଡ ଡାଲି ଦର । ତେବେ ହଠାତ୍ ଜୁନ୍ ମାସ ଆରମ୍ଭରୁ ଏହି ଦର ୧୪୦ ଟଙ୍କାରେ ପହଁଚିଛି । ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ହରଡ ଡାଲି ଚାଷ ପ୍ରଭାବିତ ହେଉଛି । ଫଳରେ ଏବେଠାରୁ ବେପାରୀ ଡାଲିକୁ ଗଚ୍ଛିତ କରି ରଖିବା ଆରମ୍ଭ କରିଦେଲେଣି । ଜଦି ଉଚିତ୍ ସମୟରେ ଡାଲି ଅମଳ ନହୁଏ, ତାହାଲେ ପୁରୁଣା ଡାଲି ମୂଲ୍ୟ ୨୦୦ ଟଙ୍କା ଟପିବାର ଆଶଙ୍କା ରହିଥିବା କୁହାଯାଉଛି । ଓଡିଶାକୁ ପ୍ରାୟତଃ କର୍ଣ୍ଣାଟକ, ଛତିଶଗଡ ଓ ମହାରାଷ୍ଟ୍ରରୁ ଆସିଥାଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ