ବୀରମହାରାଜପୁର ମେଳଣ ପଡିଆରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମେଳଣ ପଡିଆରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି l ବୁଧବାର ସନ୍ଧ୍ୟାରେ ବୀରମହାରାଜପୁର ବ୍ଲକ ଉପାଧ୍ୟାକ୍ଷ ନାରାୟଣ ଲୁହାଙ୍କ ଉଦ୍ୟମ କ୍ରମେ ନୁଆଁଖାଇ ଭେଟଘାଟ କୁ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ଥାନା ଅଧିକାରୀ ଯଯାତି କେଶରୀ ସାହୁ, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ପ୍ରିୟବ୍ରତ ସାହୁ, ଓକିଲ ସଙ୍ଘ ସଭାପତି ଛବିଳ କର୍ଣ୍ଣ, ସତ୍ୟଞ୍ଜୀବ ମିଶ୍ର ଦାମୋଦର ହୋତା, ମହିନ୍ଦ୍ର ଜଗଦଲା, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, ସମ୍ପାଦିକ ଯୁଗଳ କିଶୋର ମିଶ୍ର, ଶେଷଦେବ ବାରିକ,ରବୀନ୍ଦ୍ର ହୋତା, ସୁରେଶ କଳତା ପ୍ରମୁଖ ଯୋଗଦେଇ ନୁଆଁଖାଇ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ସମାଜସେବୀ କିଶୋର ହୋତା ପରିଚାଳନା କରିଥିଲେ l ପୀତବାସ ଶତପଥି ଙ୍କ ସହ ଅଞ୍ଚଳ ବିଶିଷ୍ଟ କଣ୍ଠଶିଳ୍ପୀ ମାନେ ଅର୍କେଷ୍ଟl ପରିବେଷଣ କରିଥିଲେ l କଣ୍ଠଶିଳ୍ପୀ ଶତ୍ରୁଘନ ଲୁହା ମା ସମଲେଇ ଭଜନରୁ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l କଣ୍ଠ ଶିଳ୍ପୀ କର୍ଣ୍ଣରାଜ,, ଈଶ୍ୱରୀ ବେହେରା ପ୍ରମୁଖ କଣ୍ଠଦାନ କରିଥିଲେ l ଉକ୍ତ ସଂସ୍କୃତିକ କାର୍ଯ୍ୟକ୍ରମକୁ କୁନୁ ଖାନ ପରିଚାଳନା କରିଥିଲେ l

