ବଲାଙ୍ଗୀର ରେଞ୍ଜ ଅଫିସ ପରିସରରୁ ସଦର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଲକ୍ଷ୍ମୀଯୋର ପୋଲିସର ତଦନ୍ତ ଜାରି ।
ବଲାଙ୍ଗୀର,୨୦।୦୯ : ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପରିସରରୁ ସଦର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଖବର ପାଇ ଲକ୍ଷ୍ମୀଯୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଶ୍ରୀ ସାହୁ ଜଣେ କର୍ତ୍ତବ୍ୟନିଷ୍ଠ, ଦକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ବନ ବିଭାଗରେ ଜଣାଶୁଣା ଥିଲେ। ନିଜର ଆପ୍ରାଣ ଉଦ୍ୟମ ଓ ଉତ୍ସର୍ଗୀକୃତ ସେବା ପାଇଁ ସେ ପୂର୍ବରୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏକାଧିକ ଥର ପୁରସ୍କୃତ (ଆୱାର୍ଡ) ମଧ୍ୟ ହୋଇଥିଲେ।
ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ଏପରି ଅଭାବନୀୟ ଘଟଣା ଘଟିଲା, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସମ୍ଭାବ୍ୟ ସମସ୍ତ ଦିଗକୁ ନେଇ ଅଧିକ ଛାନ୍ଭିନ୍ ଜାରି ରଖିଛି।

