ଆଁଇଲି ଗାଁ ରେ ମଦ ବନ୍ଦ ପାଇଁ ତାତିଳେ ମହିଳା ଗ୍ରାମବାସୀ, ବିଡ଼ିଓ ଓ କୋକସରା ଥାନା ଅଧିକାରୀ ଙ୍କୁ ଦାବିପତ୍ର।
କଳାହାଣ୍ଡି,୨୧/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଁଳିଲି ଗାଁରେ ଦୀର୍ଘବର୍ଷ ଧରି ଗାଁ ରେ ଅବାଧ ଦେଶୀ ମଦ କୋଠି ଖୋଲି ଗାଁ ରେ ଖୁଲାମଖୁଲ୍ଲା ମଦ ବିକ୍ରି କୁ ବିରୋଧ କରି ଗ୍ରାମର ଶତାଧିକ ମହିଳା ଓ ଗ୍ରାମବାସୀ ମାନେ ଏକଜୁଟ ହୋଇ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଶତାଧିକ ମହିଳା ଓ ସଚେତନ ଗ୍ରାମବାସୀ ମାନେ କୋକସରା ଗୋଷ୍ଟି ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ଓ କୋକସରା ଥାନା ଅଧିକାରୀ ଙ୍କ ଅନୁପସ୍ଥିତ ଥିବାରୁ ଏସ ଆଇ ରଶ୍ମି ରଞ୍ଜନ ବାଗ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରି ଗାଁ ରେ ଦେଶୀ ବିଦେଶୀ ମଦ ଓ କୋଠି ବନ୍ଦ ପାଇଁ ତ୍ୱରିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତାବନୀ ଦେଇଛନ୍ତି। ଗ୍ରାମ ରେ ମଦ୍ୟପାନ ଯୋଗୁଁ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା,ଅପରାଧିକ ମାନସିକତା ଓ ଘରୋଇ ହିଂସା ବଢ଼ୁଥିବା ଅଭିଯୋଗ କରିଛନ୍ତି। ମହିଳା ମାନେ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ଓ ଥାନା ରେ ପହଞ୍ଚି ମଦ ବନ୍ଦ ନେଇ ନାରାବାଜି ଦେଇ ବ୍ଲକ କାର୍ଯ୍ୟାଳୟ ସମେତ କୋକସରା ଥାନା ରେ ପହଞ୍ଚି ଥାନା ଅଧିକାରୀ ଙ୍କୁ ଗାଁ ରେ ମଦ ବିକ୍ରି ସମ୍ପୁର୍ଣ୍ଣ ବନ୍ଦ ସହ ମଦ ବିକ୍ରି କରୁଥିବା କୋଠି ମାଲିକ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଆଁଳିଲି ଗ୍ରାମ ର ଶତାଧିକ ମହିଳା ସମେତ ଗ୍ରାମର ସଚେତନ ନାଗରିକ ଏହି ମଦ ବନ୍ଦ ଆନ୍ଦୋଳନ ରେ ସାମିଲ ହୋଇ ବ୍ଲକ ପ୍ରଶାସନ ଓ ପୋଲିସ ପ୍ରଶାସନ କୁ ଦାବିପତ୍ର ପ୍ରଦାନ କରିଛନ୍ତି ଯଦି ଗାଁ ରେ ମଦ କୋଠି ବନ୍ଦ ଦିଗରେ ପ୍ରଶାସନ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ନକଲେ ମହିଳା କମିଟି ଓ ଗ୍ରାମବାସୀ ଆଗକୁ ମଦ ବନ୍ଦ ଆନ୍ଦୋଳନ କୁ ଜୋରଦାର କରିବା ନେଇ ଶପଥ ନେଇଛନ୍ତି।

